ବୁଦ୍ଧି ହିଁ ଜୀବନର ମୂଳ ମନ୍ତ୍ର
ଥରେ ଜଣେ ବ୍ୟବସାୟୀ ଜଣେ ଲୋକଙ୍କ ଠାରୁ କିଛି ଟଙ୍କା ଧାର ନେଇଥିଲେ, ବ୍ୟବସାୟୀ ଜଣକ ବ୍ୟବସାୟରୁ ଉତିର୍ଣ୍ଣ ହୋଇପରିଲେନାହିଁ । ଧାର ଦେଇଥିବା ଲୋକ ଜଣକ କରଜ ସୁଝିବାକୁ କହିଲେ ହେଲେ ବ୍ୟବସାୟୀ ଜଣକ କରଜ ଦେବାପାଇଁ ସକ୍ଷମ ନଥିଲେ, କରଜ ଦେଇଥିବା ଲୋକ କିନ୍ତୁ କରଜ ନ ଛାଡ଼ିବାରେ ପ୍ରସ୍ତୁତ ଥିଲେ, ବାରମ୍ବାର ଆସି କରଜ ମାଗୁଥିଲେ, ଯେତେବେଳେ କରଜ ଦେଇଥିବା ଲୋକ ଜାଣିବାକୁ ପାଇଲେ ବ୍ୟବସାୟୀ ଜଣକ ଦେବାଳିଆ ସେତେବେଳେ କରଜ ଦେଇଥିବା ଲୋକ କହିଲେ, " ମୁଁ ତୁମକୁ ଗୋଟେ ପ୍ରସ୍ତାବ ଦେଉଛି ଯଦି ତୁମ ଝିଅକୁ ମୋ ସହିତ ବାହାଘର କର ତାହେଲେ ମୁଁ ତୁମର ସବୁ କରଜକୁ ଛାଡ କରିଦେବି" । ଏହାଶୁଣି ବ୍ୟବସାୟୀ ଜଣକ କହିଲେ," ତୁମେ ଜଣେ ବୃଦ୍ଧ ତୁମେ ଏପରି କେମିତି କହିପାରୁଛ" କରଜ ଦେଇଥିବା ବୃଦ୍ଧ ଜଣକ କହିଲେ, " ତାହେଲେ ଠିକ୍ ଅଛି ମୁଁ ତୁମକୁ ଆଉ ଗୋଟିଏ ପ୍ରସ୍ତାବ ଦେଉଛି ଯେଉଁଥିରେ ତୁମର କରଜ ଛାଡ ହେଇପାରିବ, ତାପରେ ବୃଦ୍ଧ ଜଣକ କହିଲେ, "ମୁଁ କାଲି ଦୁଇଟି ମୁଣିରେ ଦୁଇଟି ପଥର ରଖିବି ଗୋଟିକରେ ଧଳା ପଥର ଆଉ ଗୋଟିକରେ କଳା ପଥର ତୁମକୁ ସେଥିରୁ ଗୋଟିଏ ମୁଣିକୁ ଖୋଲିବାକୁ ପଡ଼ିବ, ଯଦି ତୁମ ମୁଣିରୁ ଧଳା ପଥର ବାହାରେ ତାହେଲେ ତୁମର ସବୁ କରଜକୁ ଛାଡ କରିଦେବି, ଯଦି ଧଳା ପଥର ବଦଳରେ କଳା ପଥର ବାହାରେ ତାହେଲେ ତୁମ ଝିଅକୁ ମୋ ସହ ବାହା କରିବ ଓ ତୁମେ କରଜ ମୁକ୍ତ ହେବ। ଏହା ଶୁଣି ବ୍ୟବସାୟୀ ଓ ତାର ଝିଅ...