Posts

Showing posts from January, 2024

"ବୋଉ ପାଇଁ ପଦେ"

 ପିଲାଟି ଦିନରୁ ଆଜି ଯାଏଁ ଯାହା କହି ଯାଇଛୁ ଆଜି ଆଉ ତାହା ଶୁଣିବାକୁ କାନ ଥାଇ ନଥିଲା ଭଳି। ଯେତେବେଳେ ମୁଁ ଚାରିବର୍ଷର ଥିଲି ଗାଁ ସ୍କୁଲ କୁ ନେଇ ସ୍କୁଲରେ ନା ଲେଖେଇ ଦେଲା ପରେ ସାର୍ ମତେ ପ୍ରଥମେ ସିଲଟରେ ମାଁ ବୋଲି ହାତଧରି ଚକଖଡ଼ିରେ ଲେଖିଦେଲେ ତାକୁ ଘୋଷି ଘୋଷି ଖଡ଼ି ଗୁଣ୍ଡକୁ ହାତରେ ଧରି ସାର୍ ମୁଣ୍ଡରେ ବୋଳିଦେଲେ, ତା ପରଠୁ ସ୍କୁଲ ଯିବା ଆରମ୍ଭ ହେଲା., ହେଲେ କଣ "ମା" ଶବ୍ଦ ଟା ଯେତିକି ସହଜ ଥିଲା ତାପରେ ଶିଖାଯାଉଥିବା ଶବ୍ଦ ସେତିକି ସହଜ ନଥିଲା ସେଥିଲାଗି ଅମରି ମାଡକୁ ଡରି ଲୁଚିଥିଲୁ ଯାଇ ସ୍କୁଲ ପଛରେ ସାର୍ ସିନା ଜାଣି ପାରିଲେନି ହେଲେ ବୋଉକୁ ବା କୋଉ କଥା ଅଜଣା। ସ୍କୁଲ କାନ୍ଥର ଶିଉଳୀ ଆଉ ଦେହ ପୋଷାକର ମଳି କୁ ଦେଖି ଜାଣି ଦେଉଥିଲୁ ପରଦିନ ଯାଇ ନିଜେ ସ୍କୁଲ ଭିତରେ ଛାଡ଼ି ଆସୁଥିଲୁ ଧୀରେ ଧିରେ ବୟସ ବଢିବା ସହିତ ସ୍କୁଲ ପାଠ ବି ବଢିଚାଲିଲା ନିଜେ ତୃତୀୟ, ଚତୁର୍ଥ ପଢ଼ି ଆମକୁ ନବମ, ଦଶମର ପାଠ ପଢ଼ାଉଥିଲୁ ତା ସହିତ ହିନ୍ଦୀ ଭାଷା ମଧ୍ୟ ଶିଖାଇଥିଲୁ, ସାହିତ୍ୟ ବହିର ଗଳ୍ପକୁ ନେଇ ଆମକୁ ଜୀବନରେ ଚାଲିବା ବାଟ ଶିଖାଇଥିଲୁ 'ଅମଡା ଲତାରୁ କଣ୍ଟା କୁ ଆଡ଼େଇ ସେଥିରୁ ସୁନ୍ଦର ଫଳଟିକୁ ଯେମିତି ବାଛି ରଖିଥିଲୁ ସେମିତି ଆମକୁ ମଧ୍ୟ ସଜେଇ ରଖିଥିଲୁ। ନିଜେ ନଖାଇ ଆମକୁ ଖୁଆଉଥିଲୁ। ଯୁଆଡେ ଯାଏ ଆସିବା ବାଟକୁ ଚାହିଁ ରହିଥିଲୁ। ମା ତୋର ସେହି ଆଖି ଦୁଇ ଭିତରେ ଥିବା ଉଜ୍ଜଳତା ପିଲାଟି ମାନଙ୍କର ଉଜ...