Posts

Showing posts from February, 2023

ଦୁଇ ଧାର ଲୁହ ! ବୁଢ଼ା ବରଗଛ ଦେଖି ଆସିଥିବା କିଛି ଜୀବନ l

ବୁଢ଼ା ବରଗଛ କହୁଛି ପିଲାଟି ଦିନରୁ ମତେ ହେତୁ ପାଇବା ପର ଠାରୁ କିଛି ଜୀବନରେ କାହିଁକି କେଜାଣି ଏମିତି ଘଟୁଛି ଜାଣିନି । ବେଳେ ବେଳେ ଆଖିରୁ ଲୁହ ବାହାରି ଆସେ । ଜୀବନରେ କିଛି ପରିବାର ଏମିତି ଅଛି, ନା ସେମାନେ କାହାକୁ କଛି କହିପାରନ୍ତି ନାହିଁ । କାରଣ ତାଙ୍କରି ଜୀବନରେ ବାଧକ ସାଜିଥାଏ ସେଇ ସୈତାନ୍ ରୂପକ ରାକ୍ଷସ, ଏତେ ନିଷ୍ଟୁର ସେ ଯାହାପଛରେ ପଡ଼ିଥାଏ ଜମା ଛାଡ଼ିନଥାଏ। କାହିଁକି କେଜାଣି ! ହଁ ମାନୁଛି ମୁଁ ଭଗବାନଙ୍କୁ ସେ ହିଁ ସବୁକିଛି ସେ ଚାହିଁଲେ ପଥରବି ସୁନା ପାଲଟିଯିବ। ହେ ଭଗବାନ୍ ! ଏଇ ଦୁଃଖଭରା ଜୀବନରେ କଣ ତୁମେ ଟିକେ ସୁଖ ଦେଇପାରିବନି? ନିସହାୟ କୁକୁରଟିଏ ଏଣେ ତେଣେ ବୁଲିବୁଲି ବହୁ କଷ୍ଟରେ ଖାଦ୍ୟ ଯୋଗାଡ଼ କରିଥାଏ ତାର ବି ସ୍ବପ୍ନ ଥାଏ କିନ୍ତୁ ତାକୁ ଯଦି ସେଇ ଦୁଃଖ ଜନିତ ରୋଗ ରାକ୍ଷସଟା ତା ପଛରେ ପଡ଼ିଯାଏ ବିଚର ଆଖିରେ ଲୁହ ବିନା ଆଉ କଣ ସେ ଜାଣି ନଥାଏ । ବିଚରା କୁକୁରଟି ରୋଗ ଯନ୍ତ୍ରଣାରେ ପଡ଼ି ବହୁ କଷ୍ଟରେ ମୃତ୍ୟୁ ବରଣ କରିଥାଏ । ଜୀବନରେ ଯଦି ଜଣେ ଗରିବ ଘରର ଲୋକ ବଜାରକୁ ଫଳ କିଣିବାକୁ ଯାଇଥାଏ ସେଥିରୁ ଜଣାପଡ଼ିଯାଏ ବିଚରା ଘରେ ନିଶ୍ଚୟ କେହି ଜଣେ ରୋଗିଟାଏ। ଗରିବ ସେଇଲୋକ ହୋଇଥାଏ ଯିଏ ନିଜର ହାତର ଆଙ୍ଗୁଳି କଟିଗଲେ ପଇସା ବଞ୍ଚାଇବା ପାଇଁ କୋଡ଼ିଏ ଟଙ୍କାର ଟିଟାନସ୍ ଇଞ୍ଜେକ୍ସନ ଖାଇନଥାୟେ। ମଣିଷ ଜୀବନରେ ଥରେ ମରିଥାୟେ କିନ୍ତୁ ଗରିବ ଲୋକଟି ସବୁଦିନର ସକାଳେ ମରିଥାୟେ । ଜୀବନରେ ଲୋଡ଼ା ପଡ...