ଦୁଇ ଧାର ଲୁହ ! ବୁଢ଼ା ବରଗଛ ଦେଖି ଆସିଥିବା କିଛି ଜୀବନ l

ବୁଢ଼ା ବରଗଛ କହୁଛି ପିଲାଟି ଦିନରୁ ମତେ ହେତୁ ପାଇବା ପର ଠାରୁ କିଛି ଜୀବନରେ କାହିଁକି କେଜାଣି ଏମିତି ଘଟୁଛି ଜାଣିନି । ବେଳେ ବେଳେ ଆଖିରୁ ଲୁହ ବାହାରି ଆସେ । ଜୀବନରେ କିଛି ପରିବାର ଏମିତି ଅଛି, ନା ସେମାନେ କାହାକୁ କଛି କହିପାରନ୍ତି ନାହିଁ । କାରଣ ତାଙ୍କରି ଜୀବନରେ ବାଧକ ସାଜିଥାଏ ସେଇ ସୈତାନ୍ ରୂପକ ରାକ୍ଷସ, ଏତେ ନିଷ୍ଟୁର ସେ ଯାହାପଛରେ ପଡ଼ିଥାଏ ଜମା ଛାଡ଼ିନଥାଏ। କାହିଁକି କେଜାଣି ! ହଁ ମାନୁଛି ମୁଁ ଭଗବାନଙ୍କୁ ସେ ହିଁ ସବୁକିଛି ସେ ଚାହିଁଲେ ପଥରବି ସୁନା ପାଲଟିଯିବ। ହେ ଭଗବାନ୍ ! ଏଇ ଦୁଃଖଭରା ଜୀବନରେ କଣ ତୁମେ ଟିକେ ସୁଖ ଦେଇପାରିବନି? ନିସହାୟ କୁକୁରଟିଏ ଏଣେ ତେଣେ ବୁଲିବୁଲି ବହୁ କଷ୍ଟରେ ଖାଦ୍ୟ ଯୋଗାଡ଼ କରିଥାଏ ତାର ବି ସ୍ବପ୍ନ ଥାଏ କିନ୍ତୁ ତାକୁ ଯଦି ସେଇ ଦୁଃଖ ଜନିତ ରୋଗ ରାକ୍ଷସଟା ତା ପଛରେ ପଡ଼ିଯାଏ ବିଚର ଆଖିରେ ଲୁହ ବିନା ଆଉ କଣ ସେ ଜାଣି ନଥାଏ । ବିଚରା କୁକୁରଟି ରୋଗ ଯନ୍ତ୍ରଣାରେ ପଡ଼ି ବହୁ କଷ୍ଟରେ ମୃତ୍ୟୁ ବରଣ କରିଥାଏ । ଜୀବନରେ ଯଦି ଜଣେ ଗରିବ ଘରର ଲୋକ ବଜାରକୁ ଫଳ କିଣିବାକୁ ଯାଇଥାଏ ସେଥିରୁ ଜଣାପଡ଼ିଯାଏ ବିଚରା ଘରେ ନିଶ୍ଚୟ କେହି ଜଣେ ରୋଗିଟାଏ। ଗରିବ ସେଇଲୋକ ହୋଇଥାଏ ଯିଏ ନିଜର ହାତର ଆଙ୍ଗୁଳି କଟିଗଲେ ପଇସା ବଞ୍ଚାଇବା ପାଇଁ କୋଡ଼ିଏ ଟଙ୍କାର ଟିଟାନସ୍ ଇଞ୍ଜେକ୍ସନ ଖାଇନଥାୟେ। ମଣିଷ ଜୀବନରେ ଥରେ ମରିଥାୟେ କିନ୍ତୁ ଗରିବ ଲୋକଟି ସବୁଦିନର ସକାଳେ ମରିଥାୟେ । ଜୀବନରେ ଲୋଡ଼ା ପଡ଼ିଛି ପଇସା ଯଦି ତୁମ ପାଖରେ ଟଙ୍କା ଅଛି ତାହେଲେ ତୁମକୁ ସବୁ ଦିଗରୁ ସମ୍ମାନ ମିଳିଥାଏ ଯଦି ପଇସା ନାହିଁ ତାହେଲେ ତୁମେ ପୋକମାଛି। ମଣିଷ ସେତେବେଳେ କାନ୍ଦିଥାଏ ଯେତେବେଳେ ସେ ନିସହାୟ ହୋଇପଡ଼େ । ଘୋଡ଼ା ଦୌଡ଼ ପ୍ରତିଯୋଗିତାରେ ଯେମିତି ବିଚରା ଘୋଡ଼ାଟି ଜାଣିପାରିନଥାଏ କାହିଁକି ତାର ମାଲିକଟି ତାକୁ ପିଟୁଥାଏ ସେମିତି ଆମକୁ ମଧ୍ୟ ଭଗବାନ୍ ସେତିକି ପରୀକ୍ଷା କରିଥାଆନ୍ତି, କାରଣ ଶେଷରେ ଘୋଡ଼ାଟି ଯେତେବେଳେ ଜାଣିବାକୁ ପାଇଥାଏ ଯେ ତା ମାଲିକ ତାକୁ ଜିତେଇବା ପାଇଁ ତାକୁ ପିଟିଥାଏ । ସେମିତି ଆମ ମାଲିକ ଆମକୁ ପରୀକ୍ଷା ନେଇଥାଏ ।  କୌଣସି ସିନେମାରେ ସବୁଠାରୁ ଶ୍ରେଷ୍ଟ କିମ୍ବା ଆଚମ୍ବିତ ରୋଲ୍ ଥାଏ ତାହେଲେ ସେହି ଅଭିନୟଟିକୁ କରିବାପାଇଁ ସବୁଠାରୁ ଉପଯୁକ୍ତ ଶ୍ରେଷ୍ଟ ହିରୋ ଟିକୁ ସେ ଅଭିନୟ କରିବାକୁ କୁହାଯାଇଥାଏ । ଜୀବନରେ ଯଦି ଏମିତି ଭୟାନକ ପରିସ୍ଥିତି ଆସିଥାଏ ତାହେଲେ ଆପଣ ବୁଝିଜିବେ ଯେ ଆପଣ ଜଣେ ଦକ୍ଷତା ରୂପକ ଭୟାନକ ଓ ଶ୍ରେଷ୍ଟ ହିରୋ ଯାହା ଆପଣଙ୍କୁ କରିବା ପାଇଁ ଉପରବାଲା ପଠାଇଛନ୍ତି, କେବେବି କୌଣସି ପରିସ୍ଥିତିରେ ପଡ଼ି ଡିପ୍ରେସନ ନହୋଇ ନିଜକୁ ସମ୍ଭାଳିବାକୁ ଚେଷ୍ଟା ରଖିବ କାରଣ ଯେଉଁ କାନ୍ଧ ଉପରେ ବୋଝ ଉଠା ଯାଇପାରିବ ନାହିଁ ସେ କାନ୍ଧରେ ଭଗବାନ୍ ସେତିକି ଓଜନ ରଖେନାହିଁ।

Comments

Popular posts from this blog

ଜୀବନର ଚଲା ପଥରେ ଅଲୋଡ଼ା ବାଟୋଇ ଟିଏ !

"ବୋଉ ପାଇଁ ପଦେ"

ବର୍ତ୍ତମାନ ଜୀବନ