ଜୀବନର ଚଲା ପଥରେ ଅଲୋଡ଼ା ବାଟୋଇ ଟିଏ !
ଏ ଜୀବନ ଏମିତି ଏକ ବାଟରେ ଚାଲିଥାଏ ସେ ବାଟରେ ଯାହାବି ଆସିଥାଏ ତାକୁ ଅତିକ୍ରମ କରିବାକୁ ପଡ଼ିଥାଏ, ଚାହେ ସେ କଣ୍ଟା କି ଫୁଲ। ହେଲେ କିଛି ବାଟ ଗଲା ପରେ ଯଦି ସେ ବାଟୋଇ ଟି ପଥହରା ହୋଇଯାଏ ସେତେବେଳେ ସେ ବିଚରା ଅବିଚଳିତ ହୋଇଯାଏ । କିସିନେ ମତେ ଏହା କହିଥିଲା ଯଦି ଜୀବନରେ ଚାଲିବାକୁ ହେଲେ ଦୁଇଟି ଜିନିଷ ଦରକାର ହୋଇଥାଏ । ପ୍ରଥମତଃ ଭଲ ଶିକ୍ଷା ଓ ଦ୍ଵିତୀୟରେ ପଇସା, ହଁ ମୁଁ ମାନୁଛି ଏହି ଦୁଇଟି ଥିଲେ ଜୀବନର ଆବଶ୍ୟକା ମେଣ୍ଟାଇ ପାରିବ ହେଲେ ଜୀବନରେ ଚାଲିବା ପାଇଁ ଜଣେ ଭଲ ବନ୍ଧୁ ଟିଏ ବି ଦରକାର । ଯଦି ସାଙ୍ଗ ଟିଏ ଥାଏ ନା ବିପଦବେଳେ କିଛି ସେ ସହାନୁଭୂତି ଦେଇପାରିବ ସେତିକିରେ ତୁମକୁ ବହୁତ ଆଶ୍ୱାସନା ମିଳିବ । ଯେତେବେଳେ ମୁଁ ସାନ ଥିଲି ପ୍ରାୟ ଷଷ୍ଠ କିମ୍ବା ସପ୍ତମ ଶ୍ରେଣୀରେ ପଢ଼ୁଥିଲି ସେତେବେଳେ ମୋର ଭଉଣୀ ଆମଘରେ କହୁଥିଲା "କାହା କରମରେ ଖିରି, ଆରିସା ଲୋ କାହା କରମରେ ଲଡ଼ୁ । କାହା କରମରେ ଖାରିଆ ଖଡାଲୋ ଚୋବେଇ ଚୋବେଇ ମରୁ" । ଏ କଥା ସେ ତାଙ୍କ ବିଦ୍ୟାଳୟ ରେ ଜଣେ ସାର୍ କହୁଥିଲେ ବୋଲି ସେ ଆସି କହୁଥିଲା । ସେ ଆଉ ମୋ ଗ୍ରହଣରେ ନାହିଁ ହୁଏତ ଭଗବାନ୍ ତାକୁ ସେତିକି ଆୟୁଷ ଦେଇଥିଲେ । ଜୀବନ ଭିତରେ ଭଗବାନ୍ କାହିଁକି କେଜାଣି ଦୁଃଖ ଦେଇଥାନ୍ତି । ପଥହରା ମଣିଷଟି ଯେତେବେଳେ ଏଣେତେଣେ ବୁଲି ସଠିକ୍ ମାର୍ଗକୁ ଆସିଥାଏ ସେତେବେଳେ ଯଦି ତାରା ଆଖି ବିପରୀତ ପଥକୁ ଟାଣିନିଏ ବିଚାର ଥାକିଯାଏ। ଥରେ ମୁଁ କଟକ ବଡ଼ ଡ଼ାକ୍ତରଖାନାକୁ ଯାଇଥାଏ ମୋର ବଡ଼ ଭଉଣୀର ବ୍ଲୁକକ ଜନିତ ରୋଗରେ ପୀଡିତ । ତାକୁ ଯେତେବେଳେ ମେଡ଼ିକାଲ ରେ ଭର୍ତ୍ତି କଲି । ସେଠାରେ ମୁଁ ଯାହାକୁ ଦେଖିଲି ସମସ୍ତଙ୍କ ଆଖି ଶୁଖିଲା ଆଉ ଶୁଖିଲା ମୁହଁରେ ମୃଦୁ ହସା ମୁଁହ । ସେତେବେଳେ ମୁଁ ସେଠାକାର ପରିବେଶ ଦେଖି ଡରିଗଲି ଭଗବାନ୍ ଙ୍କୁ ମନରେ ମନରେ କହିଲି ହେ ପ୍ରଭୁ ଏମିତି ଦୃଶ୍ୟ କାହାକୁ ଦେଖିବାକୁ ନଦିଅ। ସେଠାରୁ ମନଦୁଃଖର ଆସି ମେଡ଼ିକାଲ ଔଷଧ ବଣ୍ଟନ ସମ୍ମୁଖରେ ଛିଡ଼ା ହୋଇଥାଏ, ମୋ ଆଗରେ ଜଣେ ମାଉସୀ ଡାକ୍ତରଙ୍କ ପର୍ଚି ଧରି କାଉଣ୍ଟର ରୁ ମେଡିସିନ ଆଣିଲେ ସେ ସହି ମେଡିସିନ ଦେଖି ତାଙ୍କ ଆଖି ଆଗରୁ ଲୁହ ଧାର୍ ଧାର ହେଇ ଗଢି ଆସିଲା । ମୁଁ ତାଙ୍କୁ ସେଠାରେ କହିଲି ମାଉସୀ ଭଗବାନ୍ ହିଁ ସବୁକିଛି ଏତିକି କହିଛି ମାଉସୀ ଜଣକ ମୋ ମୁହଁକୁ ଅନେଇଲେ ଆଉ ମୁଁ ଟିକେ ହସିଦେଇ ମୁଁ ଚାଲି ଆସିଲି । ମୋ ମନରେ ବହୁତ କଥା କହିବାକୁ ଆସୁଥିଲା ହେଲେ ମୁଁ ସେଠାରେ ପଥହରା ବେଟୋଇଟିଏ ଥିଲି । କାହିଁକି କେଜାଣି ପ୍ରଭୁ ମୋ ଉପରେ ଏତେ ପରୀକ୍ଷା। ତୁମେ ପ୍ରଭୁ ମୋର ସହାଭରଷା । ହେ ଜଗତର ନାଥ ପ୍ରଭୁ ଜଗନ୍ନାଥ କିଛି ମାଗୁନାହିଁ ତୁମକୁ ତୁମରି ଆଶିଷ ଥାଉ ମୋ ପାଖରେ ସେତିକିରେ ମୁଁ ସନ୍ତୁଷ୍ଟ । ଦୀପଟିଏ କରି ରଖ ମହାପ୍ରଭୁ ତୁମରୀ ଚରଣ ତଳେ ଦିପର ଆଲୋକେ ଆଲୋକିତ ହେଉ ସମସ୍ତ ଦୁଃଖିଙ୍କ ମନେ। ପଥହରା ହୋଇ ଲେଖୁଛି ମୁଁ ଆଜି ମନର ସନ୍ତନା ପାଇଁ, ଯଦି କେହି ପଥିକ ପଢୁଥାଏ ମୋ ଚିଠି ମନରେ ଦୁଃଖ କରିବ ନାହିଁ ।

Comments
Post a Comment