ବର୍ତ୍ତମାନ ଜୀବନ

 ଆଜିକାଲି ନିତିଦିନିଆ ଜୀବନ ଜାପନ ଭିତରେ ମନୁଷ୍ୟ ମାନେ ଏତେ ବ୍ୟସ୍ତ ବିବ୍ରତ ହେଇଯାଉଛନ୍ତିଯେ ସେମାନଙ୍କର ସେଇ ଅତୀତର ପୂରୁଣା ଜୀବନ ଶୈଳୀ କୁ ଭୁଲି ଆଧୁନିକତାକୁ ଆପଣେଉଛନ୍ତି I ସେମାନେ ବୋଧହୁଏ  ଭୁଲିଆଯାଉଛନ୍ତି ଅତୀତକୁ ନେଇ ଭବିଷ୍ୟତ ଗଢ଼ାହୋଇଛି I ମୁଁ  କହିବାର ତାପର୍ଯ୍ୟ ଏହା ଦିନ ଥିଲା ଲୋକେ ଡବି ଆଲୋକ ତଳେ ବସି ବିଭିର୍ନ ପୁସ୍ତକ, କାବ୍ୟ , କବିତା , ଗଦ୍ୟ , ଓ ଅନେକ ହିତୋପଦେଶୀ ଜ୍ଞାନ ଆହରଣ କରୁଥିଲେ I ମନୁଷ୍ୟ ମନୁଷ୍ୟ ଭିତରେ ଅହଂଭାବ ଦେଖିବାକୁ ମିଳୁନଥିଲା I ଯାନୀଯାତ୍ରା, ପୁଣ୍ୟ, ପର୍ବରେ ସମସ୍ତେ ଏକତ୍ରିତ ହେଇ ଉତ୍ସାହ ଆନନ୍ଦରେ ଜୀବନର ନାଟିକା ଚକ୍ରରେ ଚଳୁଥିଲେ I ଯେତିକି ମିଳୁଥିଲା ସେତିକିରେ ସନ୍ତୁଷ୍ଟ ହେଉଥିଲେ  l ସାନ ବଡ଼ ଭିତରେ ସମ୍ମାନ ରହୁଥିଲା, ବଡଲୋକମାନେ ସାନ ମାନଙ୍କୁ ଉଚିତ୍ ଶିକ୍ଷ୍ୟା, ଜ୍ଞାନ ଦେଉଥିଲେ ଏବଂ ସାନ ମାନେ ତାହାକୁ ଗ୍ରହଣ କରୁଥିଲେ କିନ୍ତୁ ବର୍ତ୍ତମାନ ଯୁଗ ବଦଳିବାରେ ଲାଗିଛି ଲୋକେ ନିଜକୁ ସମାଜ ଆଗରେ କିପରି ବଡ଼ ହେବାକୁ ଚେଷ୍ଟା କରୁଛନ୍ତି ଓ କିଛି ବି ସେଥିରେ ସଫଳ ହେଉଛନ୍ତି ଓ ଅନେକ ବି ଅସଫଳ ହେଇ କିଛି ନୂଆ ଅଭିଜ୍ଞତା ହାସଲ କରିଛନ୍ତି ଏବଂ ଏମାନଙ୍କ ମଧ୍ୟରୁ କିଛି ଜୀବନ ଚକ୍ରରେ ସଂଘର୍ଷ କରିନପାରି ହାରସ ହୋଇ ପଡ଼ୁଛନ୍ତି l କିନ୍ତୁ ଜୀବନରେ ଚାଲିବାକୁ ହେଲେ ସଂଘର୍ଷ କରିବାକୁ ପଡ଼ିବ। କିନ୍ତୁ ବର୍ତ୍ତମାନ ଜୀବନକୁ ଦେଖିଲେ ଅନେକ ଗୁଡ଼ାଏ ଲୋକ ସ୍ୱାର୍ଥ ପଛରେ ଚାଲୁଛନ୍ତି। ତାଙ୍କର କୌଣସି ଦୁଃଖୀ, ରଙ୍କି ପ୍ରତି କିଛି ଯାଆସ ରହୁନାହିଁ। ଦିନଥିଲା ଗାନ୍ଧୀ, ଗୋପବନ୍ଧୁ ଭଳି ଦେଶ ପ୍ରେମୀ ଲୋକ ନିଜ ଜୀବନକୁ ତୁଚ୍ଛ ମନେ କରି ଅହରହ ଦେଶ, ଜନ ଲୋକଙ୍କର ସେବା କରି ଭାରତ ଇତିହାସରେ ସ୍ୱର୍ଣାକ୍ଷରରେ ତାଙ୍କରି ନାମ ଲିପିବଦ୍ଧ ହୋଇ ରହିଛି । ଛାଡ଼ ସେତ ଥିଲା ଅତୀତ, ବର୍ତ୍ତମାନ ଆଉ ଆଗ ଭଳି କିଛି ଦେଖିବାକୁ ମିଳୁନାହିଁ । ବର୍ତ୍ତମାନର ଯୁଗରେ ଲୋକେ ପ୍ରୟୋଗ ବିଜ୍ଞାନ କୌଶଳକୁ ବ୍ୟବହାର କରି, ବଢ଼ିଚାଲିଛନ୍ତି ଆଗକୁ ଆଗକୁ । ହେଲେ ବର୍ତ୍ତମାନ ମନୁଷ୍ୟ ଯାହା କିଛି ନୂଆ କରିଛି ବୋଲି ଭାବୁଛି ତାହା ବହୁ ପୂର୍ବରୁ ତାହାର ବ୍ୟବହାର ହୋଇସାରିଛି । ଅତୀତକୁ ଦେଖିଲେ ଅତୀତରେ ଯେଉଁ ସବୁ ଦୃଗ, ଅଟଳିକା, ରାଜପ୍ରସାଦ, ଦେବୀ ଦେବତାଙ୍କ ମନ୍ଦିର, ଗୁମ୍ଫା ଇତ୍ୟାଦି ତିଆରି କରାଯାଇଛି ତାହା କୋଉ ଇଞ୍ଜିନିୟର କିମ୍ବା ଯନ୍ତ୍ର ଦ୍ଵାରା ହୋଇନାହିଁ । ତାହାକୁ ଏହି ଲୋକମାନେ ନିଜର ବିଦ୍ୟାକୁ ବ୍ୟବହାର କରି ବନାଯାଇଛି। ବର୍ତମାନ ଯାହା ସବୁ କରାଯାଉଛି ତାହା ପୂର୍ବର ନକଲ । ଯେମିତି ପ୍ରତ୍ୟେକ ଜୀବ ମାନଙ୍କର ଅନ୍ୟ ଏକ ଭଳି ନକଲ ଥାଏ ସେହିଭଳି ପୃଥିବୀ ଗ୍ରହ ଭଳି ଅନ୍ୟଏକ ଗ୍ରହ ଅଛି । ଏହା ଦିନେନା ଦିନେ ମନୁଷ୍ୟ ମାନେ ଖୋଜିପାଇବେ । ବାସ୍ତବରେ ଆମେ ଜୀବନରେ ଏତେ ବ୍ୟସ୍ତତା ଦେଖାଦେଇଛି ଯେ ଆମେ ସବୁବେଳେ ଟଙ୍କା ପଛରେ ଚାଲୁଛେ। ଦିନ ଆସିବା ଆମ ପାଖରେ ଟଙ୍କା ଥିବା ଦମିଦାମି ଗାଡ଼ି, ବଙ୍ଗଳା ସବୁକିଛି ଥିବା ତଥାପି ଆମେ ଖୁସି ଟିକେ ପାଇବା ପାଇଁ ଅମାପଖରେ କେହି ନଥିବେ । ବର୍ତ୍ତମାନ ଯୁଗରେ ମୋବାଇଲ ଫୋନ ଏବଂ ଏଣ୍ଟରନେଟ୍ ର ବ୍ୟବହାର କରି ସବୁ ବିଷୟରେ ପୃଥିବୀର ଗୋଟିଏ କୋଣରେ ଏହି ସମସ୍ତ ବିଷୟରେ ଜାଣିପାରୁଛନ୍ତି କିନ୍ତୁ କେହିହେଲେ ଅନୁସନ୍ଧାନ କରୁନାହାନ୍ତି । ଆଗରୁ ଲୋକମାନେ ରେଡ଼ିଓ ପାଖରେ ବସି ସବୁକିଛି ଶୁଣୁଥିଲେ ଏବଂ କିଛି ନୁଆ ଜିନିଷକୁ ଶିଖିବାକୁ ହେଲେ ସେମାନେ ରେଡ଼ିଓ ରୁ ଶୁଣି ତାକୁ ବନେଇବାକୁ ଚେଷ୍ଟା କରୁଥିଲେ ଯଦି ତାହା ବନିଯାଉଥିଲା କିମ୍ବା ନହେଉଥିଲା ସେଥିରେ କିଛି ବିଫଳ ହେଉନଥିଲା ବରଂ ସେଥିରୁ ଅନେକ କିଛି ନୂଆଁ ଜିନିଷ ଜାଣିହେଉଥିଲା । ବର୍ତ୍ତମାନ ଯୁଗରେ ଲୋକେ ଶିଖିବାକୁ ଚେଷ୍ଟା କରୁନାହାନ୍ତି ଖାଲି ନକଲ କରିବାରେ ଲାଗିଛନ୍ତି । ଦିନ ଆସିବା ସବୁକିଛି ଥାଇ ମଧ୍ୟ ମନୁଷ୍ୟ ଶୂନ୍ୟ ହୋଇଯିବ ।  


Comments

Popular posts from this blog

ଜୀବନର ଚଲା ପଥରେ ଅଲୋଡ଼ା ବାଟୋଇ ଟିଏ !

"ବୋଉ ପାଇଁ ପଦେ"