Posts

Showing posts from August, 2023

ଜୀବନର ସମୟ

ସମୟ ଅନୁସାରେ ଆମେ ସମସ୍ତେ ଚାଲୁଛେ, କେତେବେଳେ ସୁଖ ତ କେତେବେଳେ ଦୁଃଖ ଆଉ କେତେବେଳେ ରାଗ ତ କେତେବେଳେ ଶାନ୍ତ । କଥାରେ ଅଛି ଦଇବ ଦଉଡ଼ି ମଣିଷ ଗାଈ ଯେଣିକି ଭିଡ଼ଇ ସେଣୀକି ଯାଇ । ସତରେ ଜୀବନର ରହସ୍ୟ ବଡ଼ ବିଚିତ୍ର ଏଠି କିଏ ଡାନ୍ସବାର୍ ରେ ଟଙ୍କା ଫିଙ୍ଗୁଛିତ କିଏ ଏଠୀ ଟଙ୍କା ପାଇଁ ସଂଘର୍ଷ କରୁଛି, କିଛି ସମୟ ଏମିତି ଅଛି ଯାହା ପ୍ରାଣୀ ଜଗତ ପାଇଁ ବହୁତ ଭଲ ହୋଇଥାଏ ତ କିଛି ସମୟ ବର୍ବରତା, ସମୟ କଣ? ଆମେ କାହିଁକି ସମୟ ଚକ୍ରରେ ଅଂଶଗ୍ରହଣ କରିଛେ, ଯେଉ ସମୟରେ ଆମେ ଭାଙ୍ଗି ଯାଇଛେ ସେ ସମୟ ଆମ ପାଇଁ ଅତୀତ । ତତୀତରେ ଆମେ ଯାହା ବି କରିଛେ କିମ୍ବା ଆମ ସହ ଘଟିଛି ତାହା ଆମକୁ କିଛି ନୂଆ ସିଖାଇଯାଇଛି । ଯେମିତି ସମୁଦ୍ର ଢେଉ ଯେତିକି ଜୋର୍ ରେ ଆସିଥାଏ ସେମିତି ସେତିକି ଜୋର୍ ରେ ମଧ୍ୟ ଭିତରକୁ ଚାଲିଯାଇଥାଏ। ସେହିପରି ଜୀବନରେ ମଧ୍ୟ ସମୟ ଏମିତି ଆସେ । ସାଧାରଣତଃ ସୁଖ ସମୟକୁ ଆମେ ଏଡେଇ ଦେଇଥାଉ ଦୁଃଖ ସମୟରେ ଭାଙ୍ଗି ଯାଇଥାଉ, ଭାଙ୍ଗିଯିବା ସ୍ୱୋଭାବିକ୍ କାରଣ ଦୁଃଖ ରାକ୍ଷସଟା ବଡ଼ କଷ୍ଟ ଦେଇଥାଏ, ଦୁଃଖରେ କତାର ହୋଇ ଆମେ ସଠିକ୍ ପଥ ଚୟନ ନ କରିବା ତାହାଲେ ସୁଖ ପାଇବା କେଉଁଠୁ, ଦୁଃଖ ଓ ସୁଖ ପରା ଦୁଇଭାଇ । ଥରେ ଜଣେ ଧନୀ ବ୍ୟକ୍ତି ଓ ଆଉ ଜଣେ ଗରିବ ବ୍ୟକ୍ତି ଏକ ରାସ୍ତା ଦେଇ ଯାଉଥିଲେ ଧନୀ ଲୋକଟି ଭାରି ଖୁସି ମନରେ ଥାଏ ମନରେ ବହୁତ ଆନନ୍ଦ ଖୁସିର ସୀମା ନଥାଏ କିନ୍ତୁ କିଛି ବାଟ ଗଲାପରେ ଲୋକଟି ଗୋଟିଏ କାନ୍ଥ କୁ ଦେଖି...