ଜୀବନର ସମୟ
ସମୟ ଅନୁସାରେ ଆମେ ସମସ୍ତେ ଚାଲୁଛେ, କେତେବେଳେ ସୁଖ ତ କେତେବେଳେ ଦୁଃଖ ଆଉ କେତେବେଳେ ରାଗ ତ କେତେବେଳେ ଶାନ୍ତ । କଥାରେ ଅଛି ଦଇବ ଦଉଡ଼ି ମଣିଷ ଗାଈ ଯେଣିକି ଭିଡ଼ଇ ସେଣୀକି ଯାଇ । ସତରେ ଜୀବନର ରହସ୍ୟ ବଡ଼ ବିଚିତ୍ର ଏଠି କିଏ ଡାନ୍ସବାର୍ ରେ ଟଙ୍କା ଫିଙ୍ଗୁଛିତ କିଏ ଏଠୀ ଟଙ୍କା ପାଇଁ ସଂଘର୍ଷ କରୁଛି, କିଛି ସମୟ ଏମିତି ଅଛି ଯାହା ପ୍ରାଣୀ ଜଗତ ପାଇଁ ବହୁତ ଭଲ ହୋଇଥାଏ ତ କିଛି ସମୟ ବର୍ବରତା, ସମୟ କଣ? ଆମେ କାହିଁକି ସମୟ ଚକ୍ରରେ ଅଂଶଗ୍ରହଣ କରିଛେ, ଯେଉ ସମୟରେ ଆମେ ଭାଙ୍ଗି ଯାଇଛେ ସେ ସମୟ ଆମ ପାଇଁ ଅତୀତ । ତତୀତରେ ଆମେ ଯାହା ବି କରିଛେ କିମ୍ବା ଆମ ସହ ଘଟିଛି ତାହା ଆମକୁ କିଛି ନୂଆ ସିଖାଇଯାଇଛି । ଯେମିତି ସମୁଦ୍ର ଢେଉ ଯେତିକି ଜୋର୍ ରେ ଆସିଥାଏ ସେମିତି ସେତିକି ଜୋର୍ ରେ ମଧ୍ୟ ଭିତରକୁ ଚାଲିଯାଇଥାଏ। ସେହିପରି ଜୀବନରେ ମଧ୍ୟ ସମୟ ଏମିତି ଆସେ । ସାଧାରଣତଃ ସୁଖ ସମୟକୁ ଆମେ ଏଡେଇ ଦେଇଥାଉ ଦୁଃଖ ସମୟରେ ଭାଙ୍ଗି ଯାଇଥାଉ, ଭାଙ୍ଗିଯିବା ସ୍ୱୋଭାବିକ୍ କାରଣ ଦୁଃଖ ରାକ୍ଷସଟା ବଡ଼ କଷ୍ଟ ଦେଇଥାଏ, ଦୁଃଖରେ କତାର ହୋଇ ଆମେ ସଠିକ୍ ପଥ ଚୟନ ନ କରିବା ତାହାଲେ ସୁଖ ପାଇବା କେଉଁଠୁ, ଦୁଃଖ ଓ ସୁଖ ପରା ଦୁଇଭାଇ । ଥରେ ଜଣେ ଧନୀ ବ୍ୟକ୍ତି ଓ ଆଉ ଜଣେ ଗରିବ ବ୍ୟକ୍ତି ଏକ ରାସ୍ତା ଦେଇ ଯାଉଥିଲେ ଧନୀ ଲୋକଟି ଭାରି ଖୁସି ମନରେ ଥାଏ ମନରେ ବହୁତ ଆନନ୍ଦ ଖୁସିର ସୀମା ନଥାଏ କିନ୍ତୁ କିଛି ବାଟ ଗଲାପରେ ଲୋକଟି ଗୋଟିଏ କାନ୍ଥ କୁ ଦେଖି ମନରେ ଦୁଃଖର ଛାୟା ଘୋଟିଗଲା ଠିକ୍ ସେଇ ସମୟରେ ଦୁଃଖୀ ଲୋକଟି ସେଇ ସ୍ଥାନରେ ଥିବା କାନ୍ଥ ଟିକୁ ଦେଖି ଖୁସି ହୋଇଗଲା, ସେଠୀ ସମୟବି ଜାଣିପାରିଲା ନାହିଁ ଏ କଣ ହେଲା । ସମୟ ମନକୁ ମନ ପ୍ରଶ୍ନ ପଚାରିଲା ଯେଉଁ ଲୋକଟି ଥରେ ମତେ ଦୋଷ ଦେଇ ଚାଲୁଥିଲା ହଠାତ୍ ତାର ପରିବର୍ତ୍ତନ, ଏହାପରେ ସମୟ ନିଜେ ସେଇ କାନ୍ଥ ଟିକୁ ଦେଖିଲା ସେ କାନ୍ଥରେ ଲେଖାଥିଲା "That time has passed" ମାନେ "ସେହି ସମୟ ଅତିବାହିତ ହୋଇଛି" ସତରେ ଯଦି ଆମେ ଏହି ଶବ୍ଦଟିକୁ ବର୍ତ୍ତମାନ ସମୟରେ ପଢ଼ିବାନା ସୁଖରେ ଥିଲେ ଦୁଃଖ ଅନୁଭବ କରିବା ଆଉ ଦୁଃଖରେ ସୁଖ । ସମୟକୁ ଦୋଷ ଦେଇ କିଛି ଲାଭ ନାହିଁ ଯଦି ଗୋଟେ ଶବ୍ଦ ସମୟର ସ୍ରୋତକୁ ପରିବର୍ତ୍ତନ କରିପାରୁଛି ତାହାଲେ ସମୟ ତ ନିମିତ୍ତ ।
Comments
Post a Comment