ଦୁନିଆ ରେ ଆମେ ଯାହା ବି କିଛି କରିଥାଉ ସେଥି ପଛରେ ଆମର ସବୁକିଛି ଅତୀତ ସହିତ ଯୋଡ଼ିହେଇ ରହିଥାଏ । ଆମ ଦୁନିଆ ଯେତେବି ଉନ୍ନତୀ ହେଇଥାଉ ସେଥି ପଛରେ ଆମ ପୂର୍ବଜ ମାନଙ୍କର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୁମିକା ରହିଅଛି । ଯେତେବେଳେ ଆମେ ଆମର ଅତୀତକୁ ମନେପକାଇଥାଉ କିମ୍ବା ଆମର ସୃଷ୍ଟିର ରହସ୍ୟକୁ ଜାଣିବାକୁ ଚାହିଁଥାଉ ସେତେବେଳେ ଆମେ ବାସ ଏତିକି ଜାଣିଥାଉକି ଆମ ସୃଷ୍ଟିର ରଚୟିତା ଆମ ପୂର୍ବଜ । ଆଜିକାଲିର ମନୁଷ୍ୟ ବିଜ୍ଞାନ କ୍ଷତ୍ରରେ ଉନ୍ନତ ମାଧ୍ୟମରେ ନିଜର ବୁଦ୍ଧି ପ୍ରୟୋଗ କରି ଯାହାବି କିଛି କରିଅଛି ତାହା ପଛରେ ଥିବା ସେହି ଦକ୍ଷତାଟି ହେଉଛି ଯାହା ତାର ପୂର୍ବଜ ଶିଖାଇଯାଇଅଛି । ବେଳେବେଳେ ଆମେ ଏହା ଭାବିଥାଉ କି ଆମେ ଏ ବିଶାଳ ପୃଥିବୀକୁ ଆସିଲେ କିପରି ଏ ବିଶାଳ ପୃଥିବୀରେ ଆମକୁ ଆଣିବାରେ କାହାର ଭୂମିକା ରହିଅଛି ତାହା ଜାଣିବାପାଇଁ ଆମେ ବହୁତ ଉଛୁକ ହୋଇଥାଉ । ବିଜ୍ଞାନ କ୍ଷତ୍ରରେ କହିବାକୁ ଗଲେ ଆମେ ଆମ ପୃଥିବୀକୁ ଆସିବାର ଅନେକ ବୈଜ୍ଞାନିକ ମନ୍ତବ୍ୟ ରହିଛି ସେଥିମଧ୍ୟରେ କୁହାଯାଇଛି ଯେ ଅନେକ ବର୍ଷ ପୂର୍ବେ ଆଜକୁ ପ୍ରାୟ ହଜାର ହଜାର ବର୍ଷ ପୂର୍ବେ ଆମ ପୃଥିବୀ ଏକ ଜଳନ୍ତା ଅଗ୍ନି ପିଣ୍ଡ ହୋଇ ମହାକାଶରେ ଘୁରିବୁଲୁଥିଲା ଧୀରେ ଧୀରେ ପୃଥିବୀ ସହିତ ଅନେକ ଉଲ୍କା ଆସି ମାଡ଼ ହେବ ଫଳରେ ଆମ ପୃଥିବୀର ଚାରିପାର୍ଶ୍ଵରେ ଥିବା ବାୟୁ ସଂସ୍ପଶରେ ଆସି ଧୀରେ ଧୀରେ ପୃଥିବୀ ଶୀତଳ ହେବାକୁ ଲାଗିଲା, ପୃଥି...