Budhi Asuruni Katha (ବୁଢ଼ୀ ଅସୁରୁଣୀ କଥା)

                              ବୁଢ଼ୀ ଅସୁରୁଣୀ


ରଜାପୁଅ, ମନ୍ତ୍ରୀପୁଅ, ସାଧବପୁଅ, କଟୁଆଳପୁଅ ଚାରି ସଙ୍ଗାତ। ଚାରିହେଁଯାକ ବାହାରିଲେ ବିଦେଶ କରି। ଘୋଡ଼ାଶାଳରୁ ବାଛି ବାଛି ଚାରି ଘୋଡ଼ା ନେଲେ, ପାଗ ପଟୁକା ବାନ୍ଧି ଟଙ୍କା ଟୋକର କିଛି ଧଇଲେ, ଗଲେ। ଯାଇ ଯାଇ ଉଦୁଉଦିଆ ଖରାବେଳେ ଏକ ନଈକୂଳେ ପହଞ୍ଚିଲେ, ସେଠେଇ ଗାଧୁଆ ପାଧୁଆ କଲେ, କହିଲେ, ଏଠେଇ ରନ୍ଧାବଢ଼ା କରିବା, ଖରା ବରଷା ପାଳିବା । ଛାଇ ଲେଉଟିଲାରୁ ଆମ ରାହା ଆମେ ଧରିବା।”

     ରଜାପୁଅକୁ ପଠେଇଲେ, କହିଲେ, ‘ଆର ପାରିରେ ଘର ଦିଶୁଚି, ସେଠଠୁ ନିଆଁ ଆଣିଲେ ଚୁଲିରେ କୁହୁଳା ପକେଇବା। ରଜାପୁଅ ଯାଇ ପହଞ୍ଚିଲା ସେଘରେ ଦେଖିଲାବେଳକୁ ଏକ ବୁଢ଼ୀ ଅସୁରୁଣୀ ଗୋଡ଼ ଦି’ଟା ଚୁଲିରେ ମୁର୍ତି ଦେଇଚି; ମୁଣ୍ଡ ମୁକୁଳା, ମୁହଁଯାକ ମାଛି ଭଣ ଭଣ ବେହୁଛନ୍ତି, ଚୁଲି ଉପରେ ଏଣେ ହାଣ୍ଡିଟିଏ ବସେଇଦେଇଚି, ବସିଚି। ରଜାପୁଅ ମାଗିଲା, ‘ବୁଢ଼ୀ ମାଉସୀ ! ନିଆଁ ଟିକିଏ ଦେଏନି।’ ବୁଢ଼ୀ କହିଲା, ‘ଆରେ ପୁତ, ମୋ ବଳ ବଅସ ତ ଗଲାଣି, ମୋ ଆଖୁ ଦିଶୁନାଇଁ; ଚୁଲିମୁଣ୍ଡରୁ ଆସି ନିଆଁ ଟିକିଏ ନେଇ ଯା।’ ରଜାପୁଅ ଚୁଲିମୁଣ୍ଡରୁ ନିଆଁ ଆଣିବାକୁ ନଇଁପଡ଼ିଲାରୁ ବୁଢ଼ୀ କ’ଣ କଲା, ବେଳମୁଣ୍ଡରେ ଧରି ପଛଆଡ଼େ ଗାତ ଥାଏ ଯେ, ସେ ଗାତରେ ମାଡ଼ିଦେଲା। ରଜାପୁଅ ଅଣଆୟର ହେଇ ରହିଲା। ତିନି ସଙ୍ଗାତଯାକ ନଈକୂଳେ ଚାହିଁ ଚାହିଁ ଦି ତିନି ଘଡ଼ି ବିତିଗଲାରୁ ସାଧବପୁଅ ଗଲା। ସାଧବପୁଅ ଯାଇ ପହଞ୍ଚିଲାବେଳକୁ ବୁଢ଼ୀ ତାକୁ ସେମିତି କହିଲା; ଏ ନିଆଁ ଆଣିବାକୁ ଗଲାରୁ ତାକୁ ସେ ଗାତରେ ମାଡ଼ିଦେଲା। ପହରେ ଗଲା, ଦି’ସଙ୍ଗାତ ନ ଲେଉଟିଲାରୁ କଟୁଆଳିପୁଅ ଗଲା, ତାକୁ ସେମିତି ବୁଢ଼ୀ ଅସୁରୁଣୀ ସେ ଗାତରେ ପୁରେଇଲା; ସେ ଗାତମୁହଁରେ ପଟା ପକେଇ ତା ଉପରେ ଶିଳ ଚଢି ମଡ଼େଇଦେଇଥାଏ ।

                 ସଞ୍ଜ ବୁଡ଼ିଲାରୁ ଅସୁରୁଣୀ ଗଲା ଚରିବାକୁ ମନ୍ତ୍ରୀପୁଅ ସଙ୍ଗାତଙ୍କୁ ଚାହିଁ ଚାହିଁ ଆସି ବେଳ ବୁଡ଼ିଲା, ଏ ପଛକୁ ଉଠିକରି ଗଲା ସେ ଘର ଆଡ଼କୁ, ଯାଇ ଦେଖିଲାବେଳକୁ ଅସୁରୁଣୀ ଚରିବାକୁ ବାହାରି ଗଲାଣି। ମନ୍ତ୍ରୀପୁଅ ସେ ଘର ଭିତରକୁ ପଶିଗଲାବେଳକୁ ସଙ୍ଘାରେ ମଣିଷମୁଣ୍ଡ ମାଳକୁ ମାଳ ଟଙ୍ଗାହେଇଚି। ସେ ଘର ଭିତରକୁ ପଶିଗଲାବେଳକୁ ମୁଣ୍ଡଗୁଡ଼ାକ କିରି କିରେଇ ହସିଉଠିଲେ। ସେ ଚାହିଁଲାବେଳକୁ ମୁଣ୍ଡଯାକ କହିଲେ, 'ଆରେ, ପଳା ପଳା; ଆର ତିନି ଜଣଙ୍କ ଦଶା ତତେ ଘଟିବ ଯେ!’ ଏ ପଚାରିଲା, ‘ କଅଣ ?’ ମୁଣ୍ଡଯାକ କହିଲେ, ‘ଆଜି ତିନି ଜଣ ନିଆଁ ମାଗି ଆସିଥିଲେ ଯେ ତାଙ୍କୁ ମୋଡ଼ି ମାଡ଼ି ଏ ଗାତରେ ପୂରେଇଚି, ଯୋଉ ଦିନ କିଛି ନ ମିଳିବ, ସେ ଦିନ ୟାଙ୍କୁ ଗୋଟି ଗୋଟି କରି ଖାଇବ, ମୁଣ୍ଡଯାକ ଟାଙ୍ଗିଦବ।’ ମନ୍ତ୍ରୀପୁଅ ସତକୁ ସତ ଶିଳ ଚକି ଉଠେଇ ପଟା ଖଣ୍ଡିକ କାଢ଼ିଦେଳାରୁ ତିନି ସଙ୍ଗୀତ ଝାଡ଼ି ଝୁଡ଼ି ହେଇ ଗାତରୁ ଉଠିଲେ।

             ଚାରିହେଁଯାକ ଯାଇ ଘୋଡ଼ାରେ ବସିଲେ। ଛାଟେ ଲେଖାଏଁ କୋରଡ଼ା ଘୋଡ଼ାକୁ ଲଗେଇଲେ, ଘୋଡ଼ାଏ ବାଇବିଛ ହେଇ ପଳେଇଲେ। ଶଏ କୋଶ ଗଲାରୁ ଦମ୍ ମାଇଲେ, ରହିଲେ, ରନ୍ଧାବଢ଼ା କରି ଖାଇଲେ ପିଇଲେ ଗଲେ। ଏମିତି ଯାଉଥାଆନ୍ତି, ତହିଁ ଆଉ ଦିନ ଏକ ଠାକୁରାଣୀଙ୍କ ମଣ୍ଡପ ପାଖରେ ପହଞ୍ଚିଲାବେଳକୁ ସଞ୍ଜ ହେଲା । ଘୋଡ଼ାଙ୍କୁ ଗଛମୂଳେ ବାନ୍ଧିଦେଲେ, ଶୋଇଲେ, ବିଚରା ବିଚରି ହେଲେ, ଏ ତ ପରଦେଶ, ରାତିରେ ସାବଧାନ ଥିବା, ଏଠେଇ ଖଣ୍ଡ କି ଚୋର କି ତସ୍କର ରାତିରେ କାଳେ ଲୁଟିକରି ନେବେ।' ଚାରି ସଙ୍ଗାତଯାକ ରାତି ଚାରି ପହର ପାଳି କରି ଜଗି ବସିଲେ; ଜଣେ ଚେଉଁଲେ ଆର ତିନିହେଁ ଶୋଇବେ - ଏ କଥା ଥିର କଲେ। ପହିଲି ପହର ରଜାପୁଅର ପାଳି ପଡ଼ିଗଲା। ଏ ଜଗିଥାଏ; ଠାକୁରାଣୀ ବାହାରିଲେ, କହିଲେ - 'ଆରେ, ଆଡ଼େଇ ଯା, ମୁଁ ଯିବି।’ ରଜାପୁଅ କହିଲା, ‘ମୁଁ ଆଡ଼େଇ ହେବି ନାଇଁ। ଯିବୁ ଯେବେ ଆଉ ବାଟେ ବୁଲିକରି ଯା।’ ଠାକୁରାଣୀ ପାଖ ଗଛରୁ ଧଳା ଫୁଲଟିଏ ଛିଣ୍ଡେଇଲେ। ସେ ଫୁଲଟିକି ଫୁଙ୍କିଦେଲାରୁ ସେ ମଣ୍ଡପ ଉପରେ ହାଡ଼ ଶଗଡ଼େ କି ଦି ଶଗଡ଼ ଗଦା ହେଇଗଲା । ସେ ହାଡ଼ଗୁଡ଼ିକ ମନକୁ ଖଞ୍ଜି ଖାଞ୍ଜି ହେଇଗଲା । ସେ ଫୁଲଟି ସେଇଠେଇ ପଡ଼ିଥାଏ, ଠାକୁରାଣୀ ଉଭେଇଗଲେ।

     ରଜାପୁଅ ସେ ଧଳା ଫୁଲଟିକି ପାଇଲା, ରଖିଲା। ଆର ପହରକୁ ସାଧବପୁଅକୁ ଉଠେଇଦେଲା, ରଜାପୁଅ ଶୋଇଲା। ପୁଣି ସେମିତି ଠାକୁରାଣୀ ବାହାରିଲେ, ୟାକୁ କହିଲେ, 'ମତେ ବାଟ ଛାଡ଼ିବେ ।’ ଏ କହିଲା, ‘ତୁ ଆଉ ବାଟେ ବୁଲିକରି ଯାଉନୁ!' ଠାକୁରାଣୀ କ’ଣ କଲେ ନା, ସେ ଗଛର ନାଲି ଫୁଲଟିଏ ଛିଣ୍ଡେଇ ନେଲେ। ଫୁଲଟି ଫୁଙ୍କିଦେଲାରୁ ସେ ହାଡ଼ରେ ମାଉଁସ ଲାଗିଲା। ଫୁଲଟି ସେଇଠେଇ ପଡ଼ିଥାଏ। ଠାକୁରାଣୀ ଉଭେଇ ଗଲାରୁ ସାଧବପୁଅ ଫୁଲଟିକି ଗୋଟେଇ ରଖିଲା । ତହିଁ ଆର ପହରକୁ କଟୁଆଳପୁଅକୁ ଜଗିବାକୁ ଉଠେଇଦେଲା, ଶୋଇଲା ।

                    କଟୁଆଳପୁଅ ଜଗିଚି । ସେମିତି ଠାକୁରାଣୀ ଆସି ଭଭାହେଲାରୁ ଏ ବାଟ ଛାଡ଼ିଲା ନାଇଁ । ଠାକୁରାଣୀ ସେ ଗଛରୁ କଳା ଫୁଲଟିଏ ଆଣିଲେ, ଫୁଙ୍କିଦେଲାରୁ ସେ ହାଡ଼ ମାର୍ଲସ ଉପରେ ଚମ ବାଙ୍କୁଣି ଘୋଡ଼େଇ ହେଇଗଲା । କଟୁଆଳପୁଅ ଫୁଲଟିକୁ ରଖିଲା । ସବା ଶେଷ ପହରକୁ ମନ୍ତ୍ରୀପୁଅର ପାଳି ପଡ଼ିଲା । ମନ୍ତ୍ରୀପୁଅ ଜଗିଥାଏ, ଠାକୁରାଣୀ ଆସି ପହଞ୍ଚିଲେ, କହିଲେ, ‘ଭଲ ଗତି ଯେବେ ଅଛି, ପାଖେଇ ଯା, ମୁଁ ଯାଏଁ।’ ମନ୍ତ୍ରୀପୁଅ କହିଲା, ‘ଆର ବାଟେ ବୁଲି ଯା। ଠାକୁରାଣୀ କ’ଣ କଲେ, ସେ ଗଛରୁ ହଳଦିଆ ଫୁଲଟିଏ ଛିଣ୍ଡେଇଲେ। ମନ୍ତ୍ରୀପୁଅ ତିନି ସଙ୍ଗାତଙ୍କୁ ଉଠେଇଦେଲା। ଯେମିତି ଠାକୁରାଣୀ ସେ ଫୁଲକୁ ମଡ଼ା ଉପରେ ପକେଇଦେଲେ, ସେମିତି ମନ୍ତ୍ରୀପୁଅ ସେ ଫୁଲକୁ ଝଟ୍ ଗୋଟେଇ ନେଲା, ଏଣେ ସେ ମଡ଼ା ଗୋଟାଏ ତାଳଗଛ ଉଞ୍ଚ ହେଇ ଠିଆହେଇଗଲା । ଠାକୁରାଣୀ କହିଲେ, ‘ଗୋଡ଼ା ଏ ଚାରିଙ୍କି।’ ସେ ଅସୁର ଏ ଚାରିଜଣଙ୍କୁ ଗୋଡ଼େଇଲା। ଘୋଡ଼ା ଫୋଡ଼ା ଚଢ଼ିବାକୁ ତର କାହିଁ? ଜୀବନ ବିକଳରେ ଛିନ୍‌ଛତର ହେଇ ଏକାମୁହାଁକେ ସମସ୍ତେ ପଳେଇଲେ।

                ରଜାପୁଅ ପଳେଇଲା ଗୋଟାଏ ବାଟରେ, ଆଉ ତିନି ସଙ୍ଗାତ ଆଉ ଗୋଟିଏ ବାଟରେ ପଳେଇଲେ। ରାତି ଯେମିତି ଫସର ଫାଟିଗଲା, ଏ ଅସୁର ଉଭେଇଗଲା। ଏ ଚାରିହେଁ ଏକା ନିଃଶ୍ବାସକେ ଦଉଡ଼ିଥାଆନ୍ତି, ପଛକୁ ଅନେଇବାକୁ ତର କାଇଁ ? ଖଣ୍ଡେ ଦୂରଯାଏ ଦେଖିଲା ବେଳକୁ ଅସୁର ଫସୁର କେହି ନାଇଁ। ତିନି ସଙ୍ଗାତ ଚାହିଁଲା ବେଳକୁ ରଜାପୁଅ ନାଇଁ, ରଜାପୁଅ ଦେଖିଲା ବେଳକୁ ତିନି ସଙ୍ଗାତ ନାହାନ୍ତି । ଯେଝା କରମକୁ ଯେ ଆଦରି ଗଲେ। ଏ ତିନିହେଁ କଅଣ କରନ୍ତି, ଚାରି ଖଣି ଦାନ୍ତକାଠି ଆଣନ୍ତି, ତିନି ଖଣ୍ଡି ଘସନ୍ତି, ଖଣ୍ଡିଏ ପାଣିକି ପକେଇଦିଅନ୍ତି, ଚାରି କାଠୁଆ ମାଲପା ଆଣନ୍ତି, ତିନି କାଠୁଆ ଲଗାନ୍ତି, କାଠୁଆକ ଇଡ଼ିଦିଅନ୍ତି; ଚାରି ପତର ଜାତ ବାଢ଼ନ୍ତି, ତିନି ପତର ଖାଆନ୍ତି, ପତରକ ଭାତ କାଉ, କୁକୁରକୁ ଦିଅନ୍ତି; ବିଚରା ବିଚରି ହୁଅନ୍ତି, ସଙ୍ଗାତ ତ ଗଲାଣି, ଆଉ ସେତେ ତାକୁ କ’ଣ ବଂଚି ଥାଉଁ ଥାଉଁ ଦେଖିବା ? ସାଧବପୁଅ କହିଲା, 'ସଙ୍ଗୀତ ହାଡ଼ତକ ମିଳନ୍ତା କି ମୁଁ ସେଥିରେ ମାଉଁସ ଲଗେଇଦିଅନ୍ତି।’ କଟୁଆଳିପୁଅ କହିଲା, ‘ମୁଁ ଚମ ଛୁଆଣି କରିଦିଅନ୍ତି ।’ ମନ୍ତ୍ରୀପୁଅ କହିଲା, ‘ମୁଁ ଜୀବଦାନ ଦିଅନ୍ତି ।’ ଏମିତି ବୁଲୁଥାନ୍ତି। ସଙ୍ଗାତ ଓରରେ ଥାଆନ୍ତି।

      ଏଣେ କଅଣ ହେଇଥାଏ, ରଜାପୁଅ ତ ଏକୁଟିଆ ପଡ଼ିଗଲା; ଯାଉଁ ଯାଉଁ ଏକ ବନସ୍ତ ପଡ଼ିଲା ଯେ, ସେ ବନସ୍ତରେ ଏକ ଭାରି ନଅର। ଏ ସେ ନଅର ଭିତରେ ପଶିଗଲା, ନଅର ଭିତରେ ଶୂନଶାନ୍, ମାଛିଟିଏ ସୁଦ୍ଧା ଉଡ଼ିବାକୁ ନାଇଁ । ଦି ତିନି ଖଞ୍ଜା ଡେଉଁଲାରୁ ତଳେ ଶଙ୍ଖ ମଲମଲ ପଥର ପଡ଼ିଟି; ରୂପାର କାନ୍ଥ, ସୁନାର ଚାଳ ହେଇଚି, ହୀରା ନୀଳା ମୋତି ମାଣିକର ପଞ୍ଜର ଲାଗିଡି, ଘର ଭିତରେ ଦିବ୍ୟସୁନ୍ଦର ମାଇପିଟିଏ ଶୋଇବି। ରଜାପୁଅକୁ ଦେଖିପକେଇଲାରୁ ଭୋ କିନି କାନ୍ଦିଉଠିଲା; କହିଲା, ‘ଆହା, କେତେ ସୁନ୍ଦର ଶିରୀ ମିଣିପଟିଏ! ତୁମେ କିଆଁ ଏଠେଇ ପାଇଲ ? ମତେ ଏ ବୁଢ଼ୀ ଅସୁରୁଣୀ ଚୋରେଇ ଆଣିଲା, ମୁଁ ପିଲା ହେଇଥିଲି, ମତେ କେଜାଣି କାଇଁକି ତା ମନ ହେଲା ନାଇଁ ଖାଇବାକୁ, ମତେ ଏଠେଇ ରଖୁଚି । ସେ ତ ଯାଇଚି ଚରି, ଲେଉଟି ଆଇଲା ବେଳକୁ ତ ତୁମକୁ ଟା’କୁ କିନି ଗିଳିଦେବ । ୟା କହି ରଜାପୁଅକୁ ଘର ଭିତରକୁ ନେଲା, ଖାଇବାକୁ ପିଇବାକୁ ଦେଲା, ଭାରି ଆହାଲାଦିରେ ରଖିଲା। ଯେମିତି ସଞ୍ଜ ବୁଡ଼ିଲା ସେମିତି ରଜାପୁଅକୁ ଗାରଡ଼ି ମନ୍ତ୍ର ପଢ଼ି ଫୁଙ୍କିଦେଲା ଯେ ରଜାପୁଅ ମାଛିଟିଏ ହେଇଗଲା। ସେ ମାଛିଟିକି ଓରାରେ ବସେଇଦେଲା, କହିଲା ଯେମିତି ଅସୁରୁଣୀ ଚରିବାକୁ ଯିବ ମୁଁ ପୁଣି ତୁମକୁ ମଣିଷ କରିଦେବି ଯେ ରଜାପୁଅ ମାଛିଟିଏ ହେଇ ଥାଏ, ଅସୁରୁଣୀ ଚରି ବୁଲି ଆଇଲା, ଘରଯାକ ଶୁଙ୍ଗିଲା, କହିଲା - ‘ ହଇଲୋ ଝିଅ ! ମାଉ ମଉ, ମଣିଷ ମାଉଁସ ଟିକିଏ ଖାଉଁ।’ ଝିଅ କହିଲା, * ଖାଇବୁ ଯେବେ ମତେ ଖା, ମୁଁ କୋଉଠୁ ମଣିଷ ମାଉଁସ ପାଇବି?' ଅସୁରୁଣୀ ବୁଢ଼ୀ ଜିଭ କାମୁଡ଼ିପକେଇଲା, କହିଲା - ମୁଁ ତତେ ଖାଇବି ? କ’ଣ ବାସିଲା ବୋଲି ମୁଁ ସେମିତି କହିଲି ନା ଝିଅ କହିଲା, ଆଜି ହଳଦୀ ନୂଆ ବୋଳିହେଇଥିଲି ଯେ ତତେ ବାସିଲା।’ ଝିଅ ଆଣି ବୁଢ଼ୀ ଆଗରେ ପାଞ୍ଚ ସାତ ହାଣ୍ଡି ଭାତ, କଂସାଏ ତିଅଣ କୁଢ଼େଇଦେଲାରୁ ବୁଢ଼ୀ ସେତକ ସାଲୁ ବାଲୁ କରି ଗେଫିଦେଲା; ଯାଇ ମଝି ଅଗଣାରେ ଗଡ଼ଗଡ଼େଇଲା।

          ଝିଅ କହିଲା, ‘ମା ଲୋ, ଗୋଡ଼ ଟିକିଏ ଘଷିଦିଅନ୍ତି।’ ୟା କହି ତା ଗୋଡ଼ ଘଷିଦବାକୁ ଗଲା । ଗୋଡ଼ ଘଷୁଥାଏ, ତା ଆଖୁରୁ ଟୋପାଏ ଲୁହ ବୁଢ଼ୀ ଅସୁରୁଣୀ ଗୋଡ଼ରେ ପଡ଼ିଲାରୁ ବୁଢ଼ୀ ସେ ଟୋପାକ ଚାଟିଦେଲା, କହିଲା - 'ଝିଅ, ତୋ'ର କୋଉ କଥା ଉଣା ଅଛି ଯେ ତୁ କାନ୍ଦୁଚୁ?' ଝିଅ କହିଲା, ‘ତୋ ପରି ମୁଁ ଆଉ ମାଆଟିଏ କାହୁଁ ପାଇବି ? ମୁଁ ବିଚାରିଥିଲି ତୁ ତ ଆସି ବୁଢ଼ୀ ହେଲୁଣି, ତୁ ଆଖି ବୁଜିଲେ ମୋ ଅବସ୍ଥା ବାର ଗଣ୍ଡା ଦି କଡ଼ା ହବ; ମୋ କପାଳରେ କେତେ ହୀନସ୍ତା ଅଛି, ମୋ ମନ କିଏ ବୁଝିବ ? ତୁ ମଲା ବାସି ଦିନ ମୁଁ ମରିବି।' ବୁଢ଼ୀ ଅସୁରୁଣୀ ଠୋ ଠୋ ହେଇ ହସିଉଠିଲା; କହିଲା - ‘ଏଇ କଥାକୁ ତୁ ବସି ଲୁହ ଗଡ଼ଉଚୁ। ଆମେ ଅସୁର ଜାତି ପରା ଅମର ଲଡ଼ୁ ଖାଇବୁ, ଆମର ଜୀବନ ନାଟିକା ନ ଚିପିଲେ କ’ଣ ଆମେ ମରିବୁ କି ?' ଝିଅ କଇଁ କଇଁ ହେଇ କହିଲା, ‘ ମା ଲୋ ମା, ତୁ ଆଉ କାଲିଠୁ ଚରି ବୁଲି ଯିବୁ ନାଇଁ । କାଳେ କିଏ କୋଉଠେଇ ତୋ ଜୀବନ ନାଟିକା ଚିପିଦବ, ମୁଁ ଅନାଥା ହେଇଯିବି।'

              ବୁଢ଼ୀ କହିଲା, ‘ଆଲୋ, ମୋ’ଠେଇ କ'ଣ ମୋ ଜୀବନ ନାଟିକା ଅଛି କି? କହି ବୁଢ଼ୀ ଧଡ଼ ପଡ଼ ହେଇ ଉଠିଲା, ଭିତର ଖଞ୍ଜାକୁ ପଶିଗଲା । କୁଞ୍ଚିପେଣ୍ଡାକ ଅଣ୍ଟାରୁ କାଢ଼ି ଗୋଟିଏ ଗମ୍ଭୀରି ଘର ଫିଟେଇଦେଲା । ସେ ଘରେ ଗଦାକୁ ଗଦା ଅସରପି। ପୁଣି ଗୋଟାଏ ଭିତର କୋଲପ ଫିଟେଇଦେଲା ବେଳକୁ ଗୋଟାଏ କଳା ମେଣ୍ଟା ବନ୍ଧା ହେଇଚି। ବୁଢ଼ୀ ଦେଖେଇଦେଲା, କହିଲା - ଏଇ ପରା ମୋ ଜୀବନ ନାଟିକା !’ ୟାକୁ ଏକ ରଜାପୁଅ ଆସି ଏକମୁନା ଧରି ଏକା ଲୁଷାରେ ଯେବେ ମାରିପକେଇବ, ଏକମୁନା ପିଠିରେ ଫୁଟି ପେଟତଳେ ବାହାରିବ, ଅନ୍ତବୁଜୁଳା ବାହାରିପଡ଼ିବ, ତେବେ ମୁଁ ମରିବି। ନଇଲେ କ’ଣ ମୁଁ ସହଜରେ ମରିବି କି ? ଏତେ ଭେଦ କିଏ ପାଇବ ଯେ ମୁଁ ମରିବି ?' ଝିଅ କହିଲା, ‘ମା, ତୁ ତ ଛୁଞ୍ଚିପେଣ୍ଡାକ ଅଣ୍ଟାରେ ରଖୁଥାଉ, ମତେ ଡରମାଡ଼ୁଚି, କାଳେ କୋର ରଜାପୁଅ ତୋ ଅଣ୍ଟାରୁ କୁଞ୍ଚିମାଳ କାଢ଼ି ନିବ, ୟାଡ଼େ ଆସି ଘରେ ପଶି ଜୀବନ ନାଟିକା ଚିପିଦବ।' ବୁଢ଼ୀ କହିଲା, 'ଆଲୋ ଝିଅ, ସତ କହିଲୁ, ମୋର ତ ଆଉ ସୁଝିବାକୁ ବଳ ନାଇଁ। କାଳେ କୋଉ ରଜାପୁଅ ହାବୁଡ଼ରେ ପଡ଼ିଯିବି, ସେ କୁଞ୍ଚିପେଣ୍ଡାକ ଛଡ଼େଇ ନବ ଯେବେ, ମୋ ଜୀବନ ନାଟିକା ଚିପିଦବାକୁ କେତେ ଅନ୍ତର। କାଲିଠୁ ଚରିବାକୁ ଗଲାବେଳେ ଛୁଞ୍ଚି ତୋ ପାଖରେ ରଖୁଯିବି ଯେ ଅଚିନ୍ତା ହେଇ ବୁଲିବି ଚରିଛି।’ ତହିଁ ଆର ଦିନ ଚରି ବାହାରିଲା ବେଳକୁ ଛୁଞ୍ଚି ଦେଇଗଲା । ଘଡ଼ିଏ ଖଣ୍ଡେ ଗଲାରୁ ଏ ଝିଅ ରଜାପୁଅକୁ ମଣିଷ କରିଦେଲା, କହିଲା - ଏମିତି ଏମିତି କଥା । ଏ ଦିହେଁଯାକ ବାଘର ଘରେ ମିରିଗର ନାଟ କଲେ। ଛୁଞ୍ଚି ନେଇ ସବୁ ଘରଯାକ ପିଟେଇ ଗମ୍ଭୀରି ଘରେ ପଶିଲେ। ରଜାପୁଅ ଏକମୁନାଟାଏ ଧଇଲା, ସେ କଳା ମେଣ୍ଟାକୁ ଭାରି ତାନରେ ଏକମୁଳାରେ ଭୂଷିଦେଲା ଯେ, ଏକମୁନା ପିଠିରେ ଫୁଟି ପେଟତଳେ ବାହାରିପଡ଼ିଲା | ମେଣ୍ଟାଟି ଛଟପଟ ହେଇ ରଡ଼ି ଛାଡ଼ି ବାଡ଼େଇ କଚାଡ଼ି ହେଲାବେଳକୁ ସେ ବୁଢ଼ୀ ଅସୁରୁଣୀ ଚରୁଥିଲା, ତାକୁ ଜଣାପଡ଼ିଲା ଯେ, ସେ କାଉଲି ମାଉଳି ହେଇ ଭୂଇଁରେ ଗଡ଼ିଲା, ଗର୍ଜନ ରଡ଼ିରେ ମେଘ ଭାଙ୍ଗିପକଉଥାଏ। ଡ଼ହଳ ବିକଳରେ ଗୁଡ଼େ ବିଲ ରାମୁଡ଼ି ପକେଇଲା, ଭୂଇଁ କାମୁଡ଼ି ଗରଳ ଗୁଡ଼ାଏ ବାର୍ଷି କରିପକେଇଲା। ଛଟର ପଟର ହେଇ ତା’ ଜୀବ ଗଲା।

        ରଜାପୁଅ ଏ ଝିଅକୁ ବିଭାହେଲା, ଦିହେଁଯାକ ସେଠେଇ ଥାଆନ୍ତି। ଝିଅ କହିଲା, 'ଏ ତ ଅସୁର ରାଇଜ, ତମେ ପଦାକୁ ବାହାରିଲେ ଅସୁର ରଖିବେ ନାଇଁ, ତମେ ଘର ଭିତରେ ଥିବ, ମୁଁ ଯାଇ ପଦାରୁ ସବୁ ନେ’ଆଣି କରିବି । ଖଞ୍ଜ ପଡ଼ିଲେ ବେଳ ଉଣ୍ଡି ଏଠର ସବୁ ଗୋଟେଇ ପୋଟେଲ ପଳେଇବା।’ ଦିନେ ଏ ଝିଅ ଯାଇଛି ବଣକୁ କାଠ ଆଣି, ରଜାପୁଅକୁ ଘର ଭିତରେ ଶିକୁଳି ପକେଇଦେଇ ଯାଇଛି । ଏ ଯାଇ ବଣରେ କାଠ ଗୋଟଉଚି, ସେ ରାଇଜର ରଜା ଆସିଥୁଲେ ପାରିଧିକି, ୟାକୁ ଦେଖୁଲା କ୍ଷଣି ଘୋଡ଼ାରେ ବସେଇ ନେଇ ଚାଲିଗଲେ । ଏ ଦିନାକେତେ କାନ୍ଦିଲା ବୋବେଇଲା, ରହିଲା । ରଜା କହିଲେ, 'ମୁଁ ତମକୁ ବିଭା ହେବି।' ଝିଅ କହିଲା, ‘ହଉ, ମୋର ବାର ବରଷ ବ୍ରତ ଉଚ୍ଚୁଆଁ ସରିଲେ ମୁଁ ବିଭା ହେବି । ମତେ ଗୋଟିଏ ନଅର ତୋଳେଇଦିଅ; ମୁଁ ବାର ବରଷ ଅଣ୍ଡିରିପୁଅ ମୁହଁ ଚାହିଁବି ନାଇଁ । ମନ ହେଲେ ଦିନେ ଦିନେ ତୁମେ ଯାଇ ମତେ ଶଙ୍ଖୁଳି ଆସୁଥିବ।’ ରଜା ସେଇଥରୁ ଗୋଟିଏ ନଅର ତୋଳେଇଦେଲେ; ନୂଆ ରାଣୀ ସେଇଠେଇ ରହିଲେ।

         ଏଣେ କ’ଣ ହେଇଥାଏ ନା ତିନି ସଙ୍ଗାତଯାକ ଆସି ସେଇ ରଜା ରାଇଜରେ ପହଞ୍ଚିଲେ, ଚାକିରି ଖୋଜୁଥାଆନ୍ତି । ରଳାଙ୍କ ଛାମୁରେ ଜଣା କଲାରୁ ରଜା ପଚାରିଲେ, ‘ତମେ କି କାମ କରିବ ?' ଏ କହିଲେ, ଆମେ ଯେବେ ଜଗୁଆଳି ହବୁ, ତେବେ ଠିଆ ଠିଆ ରାତି ପାହିବ, ଆମ ଆଖିରେ ପଲକ ପଡ଼ିବ ନାଇଁ।’ ରଜା କହିଲେ, ‘ ହଉ ତେବେ, ଆମ ନୂଆ ନଅର ଦେହୁଡ଼ିରେ ତମେ ଜଗୁଆଳି ହବ।’ ନଅର ଭିତରେ ପୋଖରୀ ଯେ, ସେ ପୋଖରୀ କୂଳେ ଖଣ୍ଡିଏ ଘରେ ଏ ତିନିହେଁ ବସାକରି ଥାଆନ୍ତି । ରାତିଯାକ ଦେହୁଡ଼ିରେ ଜଗନ୍ତି, ଦିନ ହେଲାରୁ ବସକୁ ଯାଆନ୍ତି । ଦିନେ ରାଣୀ ସକାଳୁ ଉଠି କୋଠା ଉପରେ ଖରା ପୋଉଁଛନ୍ତି, ଏ ତିନିହେଁ ପୋଖରୀରେ ଦାନ୍ତ ଘଷିଲେ, ଖଣ୍ଡିଏ ଦାନ୍ତକାଠି ପାଣିକି ଫୋପାଡ଼ିଦେଲେ, ଚାରି କାଠୁଆ ମାଲପାରୁ ତିନି କାଠୁଆ ଲଗେଇଲେ, କାଠୁଆଳ ଇଧିଦେଲେ, ଏସବୁ ରାଣୀ ଦେଖୁଥାଆନ୍ତି।

                     ଏସବୁ ସଞ୍ଜବେଳେ ଯେମିତି ଦେହୁଡ଼ି ଜଗିବାକୁ ଆସିଲେ, ରାଣୀ ତାଙ୍କୁ ପୋଇଲୀ ଜାରେ ତଳେଇପଠେଇଲେ ପାଙ୍କୁ ଚାରି ଖଣ୍ଡ ଦାନ୍ତକାଠି, ନାଲି କାଠୁଆ ମାନପା କଥା ପଚାରିବାରୁ ଏ ତିନି ସଙ୍ଗାତଯାକ ରଜାପୁଅ ସଙ୍ଗାତ କଥା କହିଲେ। ରାଣୀ ରଜାପୁଅଠର ତ ଆଗରୁ ଏ କଥାଯାକ ଶୁଣିଥାଏ। କାନ୍ଦ କାନ୍ଦି କହିଲା, 'ତୁମ ସଙ୍ଗାତ ମୁଁ ଯାଇଥିଲି ଯେ, ଏମିତି ଏମିତି ହୋଇପ ପକେଇ ବାହାରି ଆଇଲି, ମତେ ଏ ରଜା ଧରିଆଣିଲେ।’ ତିନି ସଙ୍ଗ।ତ କହିଲେ, 'ତା ହାଡ଼ଖଣେ ମିଳିଲେ ଆମେ ବଞ୍ଚେଇଦବୁ, ଆମଠେଇ କିମିଆଁ ଅଛି ।' ସେଥିରୁ ଗାଡିଏ ଲାଟିଏ ତିନି ସଙ୍ଗ।ତ ଆଉ ନୂଆ ରାଣୀ ନଅରରୁ ବାହାରି ପଳେଇ ଆସିଲେ । ଆସି ତିନି ଦିନ ଦି'ପହରରେ ଅସୁର ରାଇଜ ନଅଳରେ ପହଞ୍ଚି ଦେଖିଲା ବେଳକୁ ଦୁଆର ମୁହଁରେ ଖୋଲପ ଛାଏଁ ଖୋଲପ ପଡ଼ିଛି । ଘର ଫିଟେଲ ଦେଖିଲାବେଳକୁ ରଜାପୁଅ ଏକ କଡ଼ରେ ପଲଙ୍କରେ ଶୋଇଛି, ଉପରେ ଉଇ ହୁଙ୍କା କଲେଣି। ଏ ଝିଅ ସେ ରଙ୍ଗମାଟି ଧୁଆ ଧୋଇ କରି ଆଣିଲା, ଖଟ ଉପରେ ଖଞ୍ଜି ଖଞ୍ଜି ଦେଲା । ସାଧବପୁଅ ନାଲି ଫୁଲଟି ପକେଇ ଫୁଙ୍କିଦେବାରୁ ମାଉଁସ ଲାଗିଲା | କଟୁଆଳପୁଅ କଳା ଫୁଲଟି ସଙ୍ଗେଇଦେଲାରୁ ଚମ ଘୋଡ଼େଇ ହେଇଗଲା, ମନ୍ତ୍ରୀପୁଅ ହଳଦିଆ ଫୁଲ ଛୁଇଁଦେବାରୁ ରଜାପୁଅ ଧଡ଼ପଡ଼ ହେଇ ଉଠିଲା, ଆଖି ମିଳିହେଲା, କହିଲା, 'ଓହୋ, କେତଗୁଡ଼ାଏ ଶୋଇପଡ଼ିଲିଟି।” ତିନି ସଙ୍ଗ।ତ ଆଉ ଏ ଝିଅ ଓର ଉଣ୍ଡି ସେ ଅସୁର ରାଜଳରୁ ଅସୁରୁଣୀ ଯାହା ଯେମିତି ଯୋଜକ ରଖିଥିଲା, ସବୁ ଘିନି ଆପଣା ଦେଶକୁ ଫେରିଲେ । ରଜା ନୂଆ ବୋହୂକୁ ବେସ ଭାରି ଆନନ୍ଦ ହେଲେ। ସୁଖରେ ଘର ଦୁଆର କରି ରହିଲେ।



Comments

Popular posts from this blog

ଜୀବନର ଚଲା ପଥରେ ଅଲୋଡ଼ା ବାଟୋଇ ଟିଏ !

"ବୋଉ ପାଇଁ ପଦେ"

ବର୍ତ୍ତମାନ ଜୀବନ