ଜୀବନରେ ମା ର ପରିଭାଷା

ହଁ ମା ଯାହାକୁ ଆମେ ସ୍ନେହରେ ବୋଉ ବୋଲି ଡାକୁଥାଏ, ମା ମତେ ପିଲାଟି ଦିନରୁ ଅନେକ କିଛି ଶିଖାଇଛି କୋଉଟା ଭୁଲ୍ ତ କୋଉଟା ଠିକ୍, ମା ମତେ ଜନମ ଦେଇଛି ନିଜ ଜୀବନକୁ ଜଳାଞ୍ଜଳି ଦେଇ ଦୁନିଆ ବୁକୁରେ କିଭଳି ବଞ୍ଚିବା ପାଇଁ ପ୍ରେରଣା ଦେଇଛି ଓ ତାହା ସଙ୍ଗେ ସଙ୍ଗେ ନିଜର ଜୀବନକୁ ତୁଚ୍ଛ ମନେ କରି ଅନେକ ବାଧାବିଘ୍ନରେ ନିଜକୁ ସମର୍ପି ଦେଇଛି 'ଯେମିତି ଯୁଦ୍ଧରେ ଏକ କ୍ଷତ୍ରିୟ ଯୋଦ୍ଧାର ମାନ୍ୟତା ସମସ୍ତ ପ୍ରଜାଙ୍କୁ ବିପଦରୁ ଏଡ଼ାଇବା ପାଇଁ ପିନ୍ଧିଥାଏ କବଚ ଓ ଢ଼ାଲ ସେମିତି ମୋ ମା ତା ପଣତକୁ କରିଥାଏ ସଶକ୍ତ କବଚ। କଥାରେ କେହି ଯଦି ପଚାରିଥାଏ ତୁମର ବୟସ କେତେ ତାହାଲେ ସେତେବେଳେ ତୁମେ ଯେଉଁ ବୟସ କହିଥାଓ ତାହା ବାସ୍ତବିକତାର ଦେଖିଲେ ସେ ବୟସ ଉପରେ ତୁମେ ଆହୁରି 'ନ' ମାସ ବଡ଼ ହୋଇଥାଓ ଯାହା ତୁମ ମାଆ ହିଁ କହିପାରିବ। 

Comments

Popular posts from this blog

ଜୀବନର ଚଲା ପଥରେ ଅଲୋଡ଼ା ବାଟୋଇ ଟିଏ !

"ବୋଉ ପାଇଁ ପଦେ"

ବର୍ତ୍ତମାନ ଜୀବନ