Posts

ବର୍ତ୍ତମାନ ଜୀବନ

 ଆଜିକାଲି ନିତିଦିନିଆ ଜୀବନ ଜାପନ ଭିତରେ ମନୁଷ୍ୟ ମାନେ ଏତେ ବ୍ୟସ୍ତ ବିବ୍ରତ ହେଇଯାଉଛନ୍ତିଯେ ସେମାନଙ୍କର ସେଇ ଅତୀତର ପୂରୁଣା ଜୀବନ ଶୈଳୀ କୁ ଭୁଲି ଆଧୁନିକତାକୁ ଆପଣେଉଛନ୍ତି I ସେମାନେ ବୋଧହୁଏ  ଭୁଲିଆଯାଉଛନ୍ତି ଅତୀତକୁ ନେଇ ଭବିଷ୍ୟତ ଗଢ଼ାହୋଇଛି I ମୁଁ  କହିବାର ତାପର୍ଯ୍ୟ ଏହା ଦିନ ଥିଲା ଲୋକେ ଡବି ଆଲୋକ ତଳେ ବସି ବିଭିର୍ନ ପୁସ୍ତକ, କାବ୍ୟ , କବିତା , ଗଦ୍ୟ , ଓ ଅନେକ ହିତୋପଦେଶୀ ଜ୍ଞାନ ଆହରଣ କରୁଥିଲେ I ମନୁଷ୍ୟ ମନୁଷ୍ୟ ଭିତରେ ଅହଂଭାବ ଦେଖିବାକୁ ମିଳୁନଥିଲା I ଯାନୀଯାତ୍ରା, ପୁଣ୍ୟ, ପର୍ବରେ ସମସ୍ତେ ଏକତ୍ରିତ ହେଇ ଉତ୍ସାହ ଆନନ୍ଦରେ ଜୀବନର ନାଟିକା ଚକ୍ରରେ ଚଳୁଥିଲେ I ଯେତିକି ମିଳୁଥିଲା ସେତିକିରେ ସନ୍ତୁଷ୍ଟ ହେଉଥିଲେ  l ସାନ ବଡ଼ ଭିତରେ ସମ୍ମାନ ରହୁଥିଲା, ବଡଲୋକମାନେ ସାନ ମାନଙ୍କୁ ଉଚିତ୍ ଶିକ୍ଷ୍ୟା, ଜ୍ଞାନ ଦେଉଥିଲେ ଏବଂ ସାନ ମାନେ ତାହାକୁ ଗ୍ରହଣ କରୁଥିଲେ କିନ୍ତୁ ବର୍ତ୍ତମାନ ଯୁଗ ବଦଳିବାରେ ଲାଗିଛି ଲୋକେ ନିଜକୁ ସମାଜ ଆଗରେ କିପରି ବଡ଼ ହେବାକୁ ଚେଷ୍ଟା କରୁଛନ୍ତି ଓ କିଛି ବି ସେଥିରେ ସଫଳ ହେଉଛନ୍ତି ଓ ଅନେକ ବି ଅସଫଳ ହେଇ କିଛି ନୂଆ ଅଭିଜ୍ଞତା ହାସଲ କରିଛନ୍ତି ଏବଂ ଏମାନଙ୍କ ମଧ୍ୟରୁ କିଛି ଜୀବନ ଚକ୍ରରେ ସଂଘର୍ଷ କରିନପାରି ହାରସ ହୋଇ ପଡ଼ୁଛନ୍ତି l କିନ୍ତୁ ଜୀବନରେ ଚାଲିବାକୁ ହେଲେ ସଂଘର୍ଷ କରିବାକୁ ପଡ଼ିବ। କିନ୍ତୁ ବର୍ତ୍ତମାନ ଜୀବନକୁ ଦେଖିଲେ ଅନେକ ଗୁଡ଼ାଏ ଲୋକ...

Budhi Asuruni Katha (ବୁଢ଼ୀ ଅସୁରୁଣୀ କଥା)

Image
                              ବୁଢ଼ୀ ଅସୁରୁଣୀ ରଜାପୁଅ, ମନ୍ତ୍ରୀପୁଅ, ସାଧବପୁଅ, କଟୁଆଳପୁଅ ଚାରି ସଙ୍ଗାତ। ଚାରିହେଁଯାକ ବାହାରିଲେ ବିଦେଶ କରି। ଘୋଡ଼ାଶାଳରୁ ବାଛି ବାଛି ଚାରି ଘୋଡ଼ା ନେଲେ, ପାଗ ପଟୁକା ବାନ୍ଧି ଟଙ୍କା ଟୋକର କିଛି ଧଇଲେ, ଗଲେ। ଯାଇ ଯାଇ ଉଦୁଉଦିଆ ଖରାବେଳେ ଏକ ନଈକୂଳେ ପହଞ୍ଚିଲେ, ସେଠେଇ ଗାଧୁଆ ପାଧୁଆ କଲେ, କହିଲେ, ଏଠେଇ ରନ୍ଧାବଢ଼ା କରିବା, ଖରା ବରଷା ପାଳିବା । ଛାଇ ଲେଉଟିଲାରୁ ଆମ ରାହା ଆମେ ଧରିବା।”      ରଜାପୁଅକୁ ପଠେଇଲେ, କହିଲେ, ‘ଆର ପାରିରେ ଘର ଦିଶୁଚି, ସେଠଠୁ ନିଆଁ ଆଣିଲେ ଚୁଲିରେ କୁହୁଳା ପକେଇବା। ରଜାପୁଅ ଯାଇ ପହଞ୍ଚିଲା ସେଘରେ ଦେଖିଲାବେଳକୁ ଏକ ବୁଢ଼ୀ ଅସୁରୁଣୀ ଗୋଡ଼ ଦି’ଟା ଚୁଲିରେ ମୁର୍ତି ଦେଇଚି; ମୁଣ୍ଡ ମୁକୁଳା, ମୁହଁଯାକ ମାଛି ଭଣ ଭଣ ବେହୁଛନ୍ତି, ଚୁଲି ଉପରେ ଏଣେ ହାଣ୍ଡିଟିଏ ବସେଇଦେଇଚି, ବସିଚି। ରଜାପୁଅ ମାଗିଲା, ‘ବୁଢ଼ୀ ମାଉସୀ ! ନିଆଁ ଟିକିଏ ଦେଏନି।’ ବୁଢ଼ୀ କହିଲା, ‘ଆରେ ପୁତ, ମୋ ବଳ ବଅସ ତ ଗଲାଣି, ମୋ ଆଖୁ ଦିଶୁନାଇଁ; ଚୁଲିମୁଣ୍ଡରୁ ଆସି ନିଆଁ ଟିକିଏ ନେଇ ଯା।’ ରଜାପୁଅ ଚୁଲିମୁଣ୍ଡରୁ ନିଆଁ ଆଣିବାକୁ ନଇଁପଡ଼ିଲାରୁ ବୁଢ଼ୀ କ’ଣ କଲା, ବେଳମୁଣ୍ଡରେ ଧରି ପଛଆଡ଼େ ଗାତ ଥାଏ ଯେ, ସେ ଗାତରେ ମାଡ଼ିଦେଲା। ରଜାପୁଅ ଅଣଆୟର ହେଇ ରହିଲା। ତିନି ସଙ୍ଗା...

The mentality of enduring. ( ସହିବାର ମାନସିକତା )

Image
                        ସହିବାର ମାନସିକତା। ତୃଣ ଭୂଇଁରୁ ଜନ୍ମ । ଭୂଇଁରେ ଲୋଟିଯାଏ । ପୁଣି ସେହି ଭୂଇଁରେ ମିଶିଯାଏ । ତାର ସ୍ଥିତି କଣ ଥାଏ ? ତଥାପି ଦିଅଁ ପୂଜା ବେଳେ ଆମେ ଦୁବ କେରାଏ ନିହାତି ଦରକାର କରୁ । ଦୁବ ତ ଛୋଟ ତାହା ପୁଣି ଦିଅଁ ପୂଜା ରେ ଲାଗୁଛି କେମିତି ? ଏହାର ଭିତରି କଥାଟି ହେଲା – ଦୁବ ଭଳି ସଂସାରରେ ଦୁଃଖ, କଷ୍ଟ, ସମସ୍ୟା ସହିଥିଲେ ଦିନେ ନା ଦିନେ ଶୁଭ କର୍ମରେ ଲାଗିବ । ବିନା ସମସ୍ୟାରେ କେହି ବଡ ହେଇନି, ଉପରକୁ ଉଠିନି । ନୂଆ ରାହା ଦେଖାଏ, ଦୁବର ଏଇ କଅଁଳିବା ଗୁଣ ହିଁ ସମସ୍ତଙ୍କ ପାଇଁ ପ୍ରେରଣା ଉତ୍ସ। ଯେତେ ଦୁଃଖ ଆସିଲେବି ତାକୁ ମଥାପାତି ସହିନେବା । ତାହାହେଲେ ଯାଇ ଇଶ୍ୱରଙ୍କ ସେବାରେ ଲାଗିପାରିବା । ଦୁଃଖର କଷଟିରେ ପ୍ରଭୁ ଆମକୁ କଷନ୍ତି । ସେହି ପରୀକ୍ଷାରେ ଆମକୁ ଦୁବ ଭଳି ହେବାକୁ ପଡିବ । ନଇଁ ଯିବାକୁ ହେବ । ତେବେ ଯାଇ ମୁଣ୍ଡ ଟେକିବାର ସୁଯୋଗ ମିଳିବ । ସେଥିପାଇଁ ଶାସ୍ତ୍ର ରେ କୁହାଯାଇଛି- ତୃଣ ଠାରେ ନୀଚ ହେବା । ତନୁ ପରି ସହନଶୀଳ ହେବା । ତେବେଯାଇ ଭଗବାନଙ୍କ ପ୍ରିୟ ହେବା । ଦୁଇ ଜଣ ବନ୍ଧୁ ମେଡିକାଲ ରେ ଚିକିତ୍ସା ହେଉଥିଲେ। ଉଭୟଙ୍କ ପ୍ରତିଷ୍ଠା ଥିଲା । ଉପର ସ୍ତରର ବହୁ ଲୋକ ମଧ୍ୟ ଜଣା ଶୁଣା ଥିଲେ । ସମାଜରେ ବହୁଲୋକ ଅଛନ୍ତି ନିଜର ପ୍ରତିଷ୍ଠା, ପଦ-ପଦବୀ ଓ ବ୍ୟକ୍ତିତ୍ବକୁ ନେଇ ଗର୍ବ କରନ୍...

God Ganesh Vandana

Image
 ନମଇ ପ୍ରଭୂ ଲମ୍ବୋଦର । ପାଶ ଅଙ୍କୁଶ ବେନିକର ॥ କରି କପାଳେ ଶୋହେ ଚିତା । ବିଦ୍ୟା ବୁଦ୍ଧିରେ ଜଗଜ୍ଜେତା ॥ ଯାହା ପ୍ରସାଦେ ନିରନ୍ତର । ସକଳ ବିଘ୍ନ ହୁଏ ଦୂର ॥ ତାଙ୍କ ପୟେରେ ମୋର ମତି । ସିଦ୍ଧି ଦିଅନ୍ତୁ ଗଣପତି ॥

Our future

Image
ଦୁନିଆ ରେ ଆମେ ଯାହା ବି କିଛି କରିଥାଉ ସେଥି ପଛରେ ଆମର ସବୁକିଛି ଅତୀତ ସହିତ ଯୋଡ଼ିହେଇ ରହିଥାଏ । ଆମ ଦୁନିଆ ଯେତେବି ଉନ୍ନତୀ ହେଇଥାଉ ସେଥି ପଛରେ ଆମ ପୂର୍ବଜ ମାନଙ୍କର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୁମିକା ରହିଅଛି । ଯେତେବେଳେ ଆମେ ଆମର ଅତୀତକୁ ମନେପକାଇଥାଉ କିମ୍ବା ଆମର ସୃଷ୍ଟିର ରହସ୍ୟକୁ ଜାଣିବାକୁ ଚାହିଁଥାଉ ସେତେବେଳେ ଆମେ ବାସ ଏତିକି ଜାଣିଥାଉକି ଆମ ସୃଷ୍ଟିର ରଚୟିତା ଆମ ପୂର୍ବଜ । ଆଜିକାଲିର ମନୁଷ୍ୟ ବିଜ୍ଞାନ କ୍ଷତ୍ରରେ ଉନ୍ନତ ମାଧ୍ୟମରେ ନିଜର ବୁଦ୍ଧି ପ୍ରୟୋଗ କରି ଯାହାବି କିଛି କରିଅଛି ତାହା ପଛରେ ଥିବା ସେହି ଦକ୍ଷତାଟି ହେଉଛି ଯାହା ତାର ପୂର୍ବଜ ଶିଖାଇଯାଇଅଛି । ବେଳେବେଳେ ଆମେ ଏହା ଭାବିଥାଉ କି ଆମେ ଏ ବିଶାଳ ପୃଥିବୀକୁ ଆସିଲେ କିପରି ଏ ବିଶାଳ ପୃଥିବୀରେ ଆମକୁ ଆଣିବାରେ କାହାର ଭୂମିକା ରହିଅଛି ତାହା ଜାଣିବାପାଇଁ ଆମେ ବହୁତ ଉଛୁକ ହୋଇଥାଉ । ବିଜ୍ଞାନ କ୍ଷତ୍ରରେ କହିବାକୁ ଗଲେ ଆମେ ଆମ ପୃଥିବୀକୁ ଆସିବାର ଅନେକ ବୈଜ୍ଞାନିକ ମନ୍ତବ୍ୟ ରହିଛି ସେଥିମଧ୍ୟରେ କୁହାଯାଇଛି ଯେ ଅନେକ ବର୍ଷ ପୂର୍ବେ ଆଜକୁ ପ୍ରାୟ ହଜାର ହଜାର ବର୍ଷ ପୂର୍ବେ ଆମ ପୃଥିବୀ ଏକ ଜଳନ୍ତା ଅଗ୍ନି ପିଣ୍ଡ ହୋଇ ମହାକାଶରେ ଘୁରିବୁଲୁଥିଲା ଧୀରେ ଧୀରେ ପୃଥିବୀ ସହିତ ଅନେକ ଉଲ୍କା ଆସି ମାଡ଼ ହେବ ଫଳରେ ଆମ ପୃଥିବୀର ଚାରିପାର୍ଶ୍ଵରେ ଥିବା ବାୟୁ ସଂସ୍ପଶରେ ଆସି ଧୀରେ ଧୀରେ ପୃଥିବୀ ଶୀତଳ ହେବାକୁ ଲାଗିଲା, ପୃଥି...