Posts

ବୟସର ଅପରାହ୍ନରେ...

ବୟସ ହଁ ଚିରସ୍ଥାୟୀ ନୁହେଁ, ହେଲେ ବୟସ ଏମିତି କିଛି ବାଟ ଦେଇ ଚାଲିଥାଏ ସେଇ ବାଟଦେଇ ମଣିଷକୁ ଚାଲିବାକୁ ପଡ଼ିଥାଏ । ସତରେ ପିଲାଦିନେ ମନରେ କେତେକଣ କଥା ଉଙ୍କିମାରେ, ଛୋଟ ଛୋଟ ଗପବହି କୁ ପଢି କାହାଣୀର ଅଜଣା ରାଇଜରେ ବୁଲି ଆସିଥାଉ ରାତିର ସ୍ଵପ୍ନରେ। ଧୀରେ ଧୀରେ ବୟସ ବଢିବା ସହିତ ସ୍ଵପ୍ନରେ ମଧ୍ୟ ପରିବର୍ତ୍ତନ ଆସିଥାଏ। ବୟସର ଅପରାହ୍ନରେ ଯେତେବେଳେ ଆମେ ଆସି ପହଞ୍ଚିଥାଉ ମନରେ ଅନେକ ଆଶା ଓ ଆକାଂକ୍ଷା ଭରିଉଠେ, ରାତିରେ ହଜାରେ ସ୍ଵପ୍ନ, ସ୍ବପ୍ନକୁ ସାକାର କରିବା ପାଇଁ ଚାଲିପଡ଼ୁ କର୍ମମୟ ଜୀବନ ପଛରେ। ଅଡୁଆ ସୁତାର ଖିଅ ଛଡ଼ାଇ ଛଡ଼ାଇ ଯେତେବେଳେ ଅଧାଅଧି ସୁତାଖିଅ ସରିଯାଏ ଠିକ୍ ସେତିକି ସମୟରେ ଦେଖିବାକୁ ପଡେ ସୂତାଟି ଅଧାରୁ ଛିଣ୍ଡିଯାଇଛି ସେହି ସମୟରେ ମନରେ ଯେଉଁ ବ୍ୟଥା ହୁଏ ଠିକ୍ ସେହି ବୟସର ଅପରାହ୍ନରେ ଦୁଖଃ ରାକ୍ଷସଟି ଦୁଃଖ ଦେଇଥାଏ। ହଉ! ଚଲାପଥରେ ଯେତେବଡ଼ ତତଲା ମରୁଭୂମି ପଡୁ କି କଣ୍ଟା, ପାର କରି ଆଗକୁ ଚାଲିଛେ। ଯେଣିକି ଭାଗବାନଙ୍କ ଇଚ୍ଛା। ମନରେ ଅନେକ ରଙ୍ଗିନ୍ ସ୍ଵପ୍ନ! ହେଲେ ମଧ୍ୟବିତ୍ତ ଜୀବନ, ଗରିବ ଲୋକଟି ରାତିରେ କେବଳ ସ୍ଵପ୍ନ ଦେଖିଥାଏ କିନ୍ତୁ ତାକୁ ବାସ୍ତବିକତାର ସାକାର କରିବା ତା ପାଇଁ ବଡ଼ କଷ୍ଟମୟ। କେତେବେଳେ ରୋଗ ତ କେତେବେଳେ ପେଟର ଭୋକ। ସତରେ ପୁରୁଷ ଲୋକଟି ସେତେବେଳେ କାନ୍ଦିଥାଏ ଯେତେବେଳେ ସଫଳତା ଶୀର୍ଷରେ ପହଁଞ୍ଚିବା ପୂର୍ବରୁ ପଛକୁ ଖସିବାକୁ ବାଧ୍ୟ ହୋଇଥାଏ। ଆଉ ସେଇ ବାଧ୍ୟଟି ହେଉ...

ଜୀବନର ସମୟ

ସମୟ ଅନୁସାରେ ଆମେ ସମସ୍ତେ ଚାଲୁଛେ, କେତେବେଳେ ସୁଖ ତ କେତେବେଳେ ଦୁଃଖ ଆଉ କେତେବେଳେ ରାଗ ତ କେତେବେଳେ ଶାନ୍ତ । କଥାରେ ଅଛି ଦଇବ ଦଉଡ଼ି ମଣିଷ ଗାଈ ଯେଣିକି ଭିଡ଼ଇ ସେଣୀକି ଯାଇ । ସତରେ ଜୀବନର ରହସ୍ୟ ବଡ଼ ବିଚିତ୍ର ଏଠି କିଏ ଡାନ୍ସବାର୍ ରେ ଟଙ୍କା ଫିଙ୍ଗୁଛିତ କିଏ ଏଠୀ ଟଙ୍କା ପାଇଁ ସଂଘର୍ଷ କରୁଛି, କିଛି ସମୟ ଏମିତି ଅଛି ଯାହା ପ୍ରାଣୀ ଜଗତ ପାଇଁ ବହୁତ ଭଲ ହୋଇଥାଏ ତ କିଛି ସମୟ ବର୍ବରତା, ସମୟ କଣ? ଆମେ କାହିଁକି ସମୟ ଚକ୍ରରେ ଅଂଶଗ୍ରହଣ କରିଛେ, ଯେଉ ସମୟରେ ଆମେ ଭାଙ୍ଗି ଯାଇଛେ ସେ ସମୟ ଆମ ପାଇଁ ଅତୀତ । ତତୀତରେ ଆମେ ଯାହା ବି କରିଛେ କିମ୍ବା ଆମ ସହ ଘଟିଛି ତାହା ଆମକୁ କିଛି ନୂଆ ସିଖାଇଯାଇଛି । ଯେମିତି ସମୁଦ୍ର ଢେଉ ଯେତିକି ଜୋର୍ ରେ ଆସିଥାଏ ସେମିତି ସେତିକି ଜୋର୍ ରେ ମଧ୍ୟ ଭିତରକୁ ଚାଲିଯାଇଥାଏ। ସେହିପରି ଜୀବନରେ ମଧ୍ୟ ସମୟ ଏମିତି ଆସେ । ସାଧାରଣତଃ ସୁଖ ସମୟକୁ ଆମେ ଏଡେଇ ଦେଇଥାଉ ଦୁଃଖ ସମୟରେ ଭାଙ୍ଗି ଯାଇଥାଉ, ଭାଙ୍ଗିଯିବା ସ୍ୱୋଭାବିକ୍ କାରଣ ଦୁଃଖ ରାକ୍ଷସଟା ବଡ଼ କଷ୍ଟ ଦେଇଥାଏ, ଦୁଃଖରେ କତାର ହୋଇ ଆମେ ସଠିକ୍ ପଥ ଚୟନ ନ କରିବା ତାହାଲେ ସୁଖ ପାଇବା କେଉଁଠୁ, ଦୁଃଖ ଓ ସୁଖ ପରା ଦୁଇଭାଇ । ଥରେ ଜଣେ ଧନୀ ବ୍ୟକ୍ତି ଓ ଆଉ ଜଣେ ଗରିବ ବ୍ୟକ୍ତି ଏକ ରାସ୍ତା ଦେଇ ଯାଉଥିଲେ ଧନୀ ଲୋକଟି ଭାରି ଖୁସି ମନରେ ଥାଏ ମନରେ ବହୁତ ଆନନ୍ଦ ଖୁସିର ସୀମା ନଥାଏ କିନ୍ତୁ କିଛି ବାଟ ଗଲାପରେ ଲୋକଟି ଗୋଟିଏ କାନ୍ଥ କୁ ଦେଖି...

ବୁଦ୍ଧି ହିଁ ଜୀବନର ମୂଳ ମନ୍ତ୍ର

ଥରେ ଜଣେ ବ୍ୟବସାୟୀ ଜଣେ ଲୋକଙ୍କ ଠାରୁ କିଛି ଟଙ୍କା ଧାର ନେଇଥିଲେ, ବ୍ୟବସାୟୀ ଜଣକ ବ୍ୟବସାୟରୁ ଉତିର୍ଣ୍ଣ ହୋଇପରିଲେନାହିଁ । ଧାର ଦେଇଥିବା ଲୋକ ଜଣକ କରଜ ସୁଝିବାକୁ କହିଲେ ହେଲେ ବ୍ୟବସାୟୀ ଜଣକ କରଜ ଦେବାପାଇଁ ସକ୍ଷମ ନଥିଲେ, କରଜ ଦେଇଥିବା ଲୋକ କିନ୍ତୁ କରଜ ନ ଛାଡ଼ିବାରେ ପ୍ରସ୍ତୁତ ଥିଲେ, ବାରମ୍ବାର ଆସି କରଜ ମାଗୁଥିଲେ, ଯେତେବେଳେ କରଜ ଦେଇଥିବା ଲୋକ ଜାଣିବାକୁ ପାଇଲେ ବ୍ୟବସାୟୀ ଜଣକ ଦେବାଳିଆ ସେତେବେଳେ କରଜ ଦେଇଥିବା ଲୋକ କହିଲେ, " ମୁଁ ତୁମକୁ ଗୋଟେ ପ୍ରସ୍ତାବ ଦେଉଛି ଯଦି ତୁମ ଝିଅକୁ ମୋ ସହିତ ବାହାଘର କର ତାହେଲେ ମୁଁ ତୁମର ସବୁ କରଜକୁ ଛାଡ କରିଦେବି" । ଏହାଶୁଣି ବ୍ୟବସାୟୀ ଜଣକ କହିଲେ," ତୁମେ ଜଣେ ବୃଦ୍ଧ ତୁମେ ଏପରି କେମିତି କହିପାରୁଛ" କରଜ ଦେଇଥିବା ବୃଦ୍ଧ ଜଣକ କହିଲେ, " ତାହେଲେ ଠିକ୍ ଅଛି ମୁଁ ତୁମକୁ ଆଉ ଗୋଟିଏ ପ୍ରସ୍ତାବ ଦେଉଛି ଯେଉଁଥିରେ ତୁମର କରଜ ଛାଡ ହେଇପାରିବ, ତାପରେ ବୃଦ୍ଧ ଜଣକ କହିଲେ, "ମୁଁ କାଲି ଦୁଇଟି ମୁଣିରେ ଦୁଇଟି ପଥର ରଖିବି ଗୋଟିକରେ ଧଳା ପଥର ଆଉ ଗୋଟିକରେ କଳା ପଥର ତୁମକୁ ସେଥିରୁ ଗୋଟିଏ ମୁଣିକୁ ଖୋଲିବାକୁ ପଡ଼ିବ, ଯଦି ତୁମ ମୁଣିରୁ ଧଳା ପଥର ବାହାରେ ତାହେଲେ ତୁମର ସବୁ କରଜକୁ ଛାଡ କରିଦେବି, ଯଦି ଧଳା ପଥର ବଦଳରେ କଳା ପଥର ବାହାରେ ତାହେଲେ ତୁମ ଝିଅକୁ ମୋ ସହ ବାହା କରିବ ଓ ତୁମେ କରଜ ମୁକ୍ତ ହେବ। ଏହା ଶୁଣି ବ୍ୟବସାୟୀ ଓ ତାର ଝିଅ...

ଦୁଇ ଧାର ଲୁହ ! ବୁଢ଼ା ବରଗଛ ଦେଖି ଆସିଥିବା କିଛି ଜୀବନ l

ବୁଢ଼ା ବରଗଛ କହୁଛି ପିଲାଟି ଦିନରୁ ମତେ ହେତୁ ପାଇବା ପର ଠାରୁ କିଛି ଜୀବନରେ କାହିଁକି କେଜାଣି ଏମିତି ଘଟୁଛି ଜାଣିନି । ବେଳେ ବେଳେ ଆଖିରୁ ଲୁହ ବାହାରି ଆସେ । ଜୀବନରେ କିଛି ପରିବାର ଏମିତି ଅଛି, ନା ସେମାନେ କାହାକୁ କଛି କହିପାରନ୍ତି ନାହିଁ । କାରଣ ତାଙ୍କରି ଜୀବନରେ ବାଧକ ସାଜିଥାଏ ସେଇ ସୈତାନ୍ ରୂପକ ରାକ୍ଷସ, ଏତେ ନିଷ୍ଟୁର ସେ ଯାହାପଛରେ ପଡ଼ିଥାଏ ଜମା ଛାଡ଼ିନଥାଏ। କାହିଁକି କେଜାଣି ! ହଁ ମାନୁଛି ମୁଁ ଭଗବାନଙ୍କୁ ସେ ହିଁ ସବୁକିଛି ସେ ଚାହିଁଲେ ପଥରବି ସୁନା ପାଲଟିଯିବ। ହେ ଭଗବାନ୍ ! ଏଇ ଦୁଃଖଭରା ଜୀବନରେ କଣ ତୁମେ ଟିକେ ସୁଖ ଦେଇପାରିବନି? ନିସହାୟ କୁକୁରଟିଏ ଏଣେ ତେଣେ ବୁଲିବୁଲି ବହୁ କଷ୍ଟରେ ଖାଦ୍ୟ ଯୋଗାଡ଼ କରିଥାଏ ତାର ବି ସ୍ବପ୍ନ ଥାଏ କିନ୍ତୁ ତାକୁ ଯଦି ସେଇ ଦୁଃଖ ଜନିତ ରୋଗ ରାକ୍ଷସଟା ତା ପଛରେ ପଡ଼ିଯାଏ ବିଚର ଆଖିରେ ଲୁହ ବିନା ଆଉ କଣ ସେ ଜାଣି ନଥାଏ । ବିଚରା କୁକୁରଟି ରୋଗ ଯନ୍ତ୍ରଣାରେ ପଡ଼ି ବହୁ କଷ୍ଟରେ ମୃତ୍ୟୁ ବରଣ କରିଥାଏ । ଜୀବନରେ ଯଦି ଜଣେ ଗରିବ ଘରର ଲୋକ ବଜାରକୁ ଫଳ କିଣିବାକୁ ଯାଇଥାଏ ସେଥିରୁ ଜଣାପଡ଼ିଯାଏ ବିଚରା ଘରେ ନିଶ୍ଚୟ କେହି ଜଣେ ରୋଗିଟାଏ। ଗରିବ ସେଇଲୋକ ହୋଇଥାଏ ଯିଏ ନିଜର ହାତର ଆଙ୍ଗୁଳି କଟିଗଲେ ପଇସା ବଞ୍ଚାଇବା ପାଇଁ କୋଡ଼ିଏ ଟଙ୍କାର ଟିଟାନସ୍ ଇଞ୍ଜେକ୍ସନ ଖାଇନଥାୟେ। ମଣିଷ ଜୀବନରେ ଥରେ ମରିଥାୟେ କିନ୍ତୁ ଗରିବ ଲୋକଟି ସବୁଦିନର ସକାଳେ ମରିଥାୟେ । ଜୀବନରେ ଲୋଡ଼ା ପଡ...

ଜୀବନର ଚଲା ପଥରେ ଅଲୋଡ଼ା ବାଟୋଇ ଟିଏ !

Image
ଏ ଜୀବନ ଏମିତି ଏକ ବାଟରେ ଚାଲିଥାଏ ସେ ବାଟରେ ଯାହାବି ଆସିଥାଏ ତାକୁ ଅତିକ୍ରମ କରିବାକୁ ପଡ଼ିଥାଏ, ଚାହେ ସେ କଣ୍ଟା କି ଫୁଲ। ହେଲେ କିଛି ବାଟ ଗଲା ପରେ ଯଦି ସେ ବାଟୋଇ ଟି ପଥହରା ହୋଇଯାଏ ସେତେବେଳେ ସେ ବିଚରା ଅବିଚଳିତ ହୋଇଯାଏ । କିସିନେ ମତେ ଏହା କହିଥିଲା ଯଦି ଜୀବନରେ ଚାଲିବାକୁ ହେଲେ ଦୁଇଟି ଜିନିଷ ଦରକାର ହୋଇଥାଏ । ପ୍ରଥମତଃ ଭଲ ଶିକ୍ଷା ଓ ଦ୍ଵିତୀୟରେ ପଇସା, ହଁ ମୁଁ ମାନୁଛି ଏହି ଦୁଇଟି ଥିଲେ ଜୀବନର ଆବଶ୍ୟକା ମେଣ୍ଟାଇ ପାରିବ ହେଲେ ଜୀବନରେ ଚାଲିବା ପାଇଁ ଜଣେ ଭଲ ବନ୍ଧୁ ଟିଏ ବି ଦରକାର । ଯଦି ସାଙ୍ଗ ଟିଏ ଥାଏ ନା ବିପଦବେଳେ କିଛି ସେ ସହାନୁଭୂତି ଦେଇପାରିବ ସେତିକିରେ ତୁମକୁ ବହୁତ ଆଶ୍ୱାସନା ମିଳିବ । ଯେତେବେଳେ ମୁଁ ସାନ ଥିଲି ପ୍ରାୟ ଷଷ୍ଠ କିମ୍ବା ସପ୍ତମ ଶ୍ରେଣୀରେ ପଢ଼ୁଥିଲି ସେତେବେଳେ ମୋର ଭଉଣୀ ଆମଘରେ କହୁଥିଲା "କାହା କରମରେ ଖିରି, ଆରିସା ଲୋ କାହା କରମରେ ଲଡ଼ୁ । କାହା କରମରେ ଖାରିଆ ଖଡାଲୋ ଚୋବେଇ ଚୋବେଇ ମରୁ" । ଏ କଥା ସେ ତାଙ୍କ ବିଦ୍ୟାଳୟ ରେ ଜଣେ ସାର୍ କହୁଥିଲେ ବୋଲି ସେ ଆସି କହୁଥିଲା । ସେ ଆଉ ମୋ ଗ୍ରହଣରେ ନାହିଁ ହୁଏତ ଭଗବାନ୍ ତାକୁ ସେତିକି ଆୟୁଷ ଦେଇଥିଲେ । ଜୀବନ ଭିତରେ ଭଗବାନ୍ କାହିଁକି କେଜାଣି ଦୁଃଖ ଦେଇଥାନ୍ତି । ପଥହରା ମଣିଷଟି ଯେତେବେଳେ ଏଣେତେଣେ ବୁଲି ସଠିକ୍ ମାର୍ଗକୁ ଆସିଥାଏ ସେତେବେଳେ ଯଦି ତାରା ଆଖି ବିପରୀତ ପଥକୁ ଟାଣିନିଏ ବିଚାର ଥାକିଯାଏ। ଥରେ ମୁଁ କଟକ...

ବର୍ତ୍ତମାନ ଜୀବନ

 ଆଜିକାଲି ନିତିଦିନିଆ ଜୀବନ ଜାପନ ଭିତରେ ମନୁଷ୍ୟ ମାନେ ଏତେ ବ୍ୟସ୍ତ ବିବ୍ରତ ହେଇଯାଉଛନ୍ତିଯେ ସେମାନଙ୍କର ସେଇ ଅତୀତର ପୂରୁଣା ଜୀବନ ଶୈଳୀ କୁ ଭୁଲି ଆଧୁନିକତାକୁ ଆପଣେଉଛନ୍ତି I ସେମାନେ ବୋଧହୁଏ  ଭୁଲିଆଯାଉଛନ୍ତି ଅତୀତକୁ ନେଇ ଭବିଷ୍ୟତ ଗଢ଼ାହୋଇଛି I ମୁଁ  କହିବାର ତାପର୍ଯ୍ୟ ଏହା ଦିନ ଥିଲା ଲୋକେ ଡବି ଆଲୋକ ତଳେ ବସି ବିଭିର୍ନ ପୁସ୍ତକ, କାବ୍ୟ , କବିତା , ଗଦ୍ୟ , ଓ ଅନେକ ହିତୋପଦେଶୀ ଜ୍ଞାନ ଆହରଣ କରୁଥିଲେ I ମନୁଷ୍ୟ ମନୁଷ୍ୟ ଭିତରେ ଅହଂଭାବ ଦେଖିବାକୁ ମିଳୁନଥିଲା I ଯାନୀଯାତ୍ରା, ପୁଣ୍ୟ, ପର୍ବରେ ସମସ୍ତେ ଏକତ୍ରିତ ହେଇ ଉତ୍ସାହ ଆନନ୍ଦରେ ଜୀବନର ନାଟିକା ଚକ୍ରରେ ଚଳୁଥିଲେ I ଯେତିକି ମିଳୁଥିଲା ସେତିକିରେ ସନ୍ତୁଷ୍ଟ ହେଉଥିଲେ  l ସାନ ବଡ଼ ଭିତରେ ସମ୍ମାନ ରହୁଥିଲା, ବଡଲୋକମାନେ ସାନ ମାନଙ୍କୁ ଉଚିତ୍ ଶିକ୍ଷ୍ୟା, ଜ୍ଞାନ ଦେଉଥିଲେ ଏବଂ ସାନ ମାନେ ତାହାକୁ ଗ୍ରହଣ କରୁଥିଲେ କିନ୍ତୁ ବର୍ତ୍ତମାନ ଯୁଗ ବଦଳିବାରେ ଲାଗିଛି ଲୋକେ ନିଜକୁ ସମାଜ ଆଗରେ କିପରି ବଡ଼ ହେବାକୁ ଚେଷ୍ଟା କରୁଛନ୍ତି ଓ କିଛି ବି ସେଥିରେ ସଫଳ ହେଉଛନ୍ତି ଓ ଅନେକ ବି ଅସଫଳ ହେଇ କିଛି ନୂଆ ଅଭିଜ୍ଞତା ହାସଲ କରିଛନ୍ତି ଏବଂ ଏମାନଙ୍କ ମଧ୍ୟରୁ କିଛି ଜୀବନ ଚକ୍ରରେ ସଂଘର୍ଷ କରିନପାରି ହାରସ ହୋଇ ପଡ଼ୁଛନ୍ତି l କିନ୍ତୁ ଜୀବନରେ ଚାଲିବାକୁ ହେଲେ ସଂଘର୍ଷ କରିବାକୁ ପଡ଼ିବ। କିନ୍ତୁ ବର୍ତ୍ତମାନ ଜୀବନକୁ ଦେଖିଲେ ଅନେକ ଗୁଡ଼ାଏ ଲୋକ...

Budhi Asuruni Katha (ବୁଢ଼ୀ ଅସୁରୁଣୀ କଥା)

Image
                              ବୁଢ଼ୀ ଅସୁରୁଣୀ ରଜାପୁଅ, ମନ୍ତ୍ରୀପୁଅ, ସାଧବପୁଅ, କଟୁଆଳପୁଅ ଚାରି ସଙ୍ଗାତ। ଚାରିହେଁଯାକ ବାହାରିଲେ ବିଦେଶ କରି। ଘୋଡ଼ାଶାଳରୁ ବାଛି ବାଛି ଚାରି ଘୋଡ଼ା ନେଲେ, ପାଗ ପଟୁକା ବାନ୍ଧି ଟଙ୍କା ଟୋକର କିଛି ଧଇଲେ, ଗଲେ। ଯାଇ ଯାଇ ଉଦୁଉଦିଆ ଖରାବେଳେ ଏକ ନଈକୂଳେ ପହଞ୍ଚିଲେ, ସେଠେଇ ଗାଧୁଆ ପାଧୁଆ କଲେ, କହିଲେ, ଏଠେଇ ରନ୍ଧାବଢ଼ା କରିବା, ଖରା ବରଷା ପାଳିବା । ଛାଇ ଲେଉଟିଲାରୁ ଆମ ରାହା ଆମେ ଧରିବା।”      ରଜାପୁଅକୁ ପଠେଇଲେ, କହିଲେ, ‘ଆର ପାରିରେ ଘର ଦିଶୁଚି, ସେଠଠୁ ନିଆଁ ଆଣିଲେ ଚୁଲିରେ କୁହୁଳା ପକେଇବା। ରଜାପୁଅ ଯାଇ ପହଞ୍ଚିଲା ସେଘରେ ଦେଖିଲାବେଳକୁ ଏକ ବୁଢ଼ୀ ଅସୁରୁଣୀ ଗୋଡ଼ ଦି’ଟା ଚୁଲିରେ ମୁର୍ତି ଦେଇଚି; ମୁଣ୍ଡ ମୁକୁଳା, ମୁହଁଯାକ ମାଛି ଭଣ ଭଣ ବେହୁଛନ୍ତି, ଚୁଲି ଉପରେ ଏଣେ ହାଣ୍ଡିଟିଏ ବସେଇଦେଇଚି, ବସିଚି। ରଜାପୁଅ ମାଗିଲା, ‘ବୁଢ଼ୀ ମାଉସୀ ! ନିଆଁ ଟିକିଏ ଦେଏନି।’ ବୁଢ଼ୀ କହିଲା, ‘ଆରେ ପୁତ, ମୋ ବଳ ବଅସ ତ ଗଲାଣି, ମୋ ଆଖୁ ଦିଶୁନାଇଁ; ଚୁଲିମୁଣ୍ଡରୁ ଆସି ନିଆଁ ଟିକିଏ ନେଇ ଯା।’ ରଜାପୁଅ ଚୁଲିମୁଣ୍ଡରୁ ନିଆଁ ଆଣିବାକୁ ନଇଁପଡ଼ିଲାରୁ ବୁଢ଼ୀ କ’ଣ କଲା, ବେଳମୁଣ୍ଡରେ ଧରି ପଛଆଡ଼େ ଗାତ ଥାଏ ଯେ, ସେ ଗାତରେ ମାଡ଼ିଦେଲା। ରଜାପୁଅ ଅଣଆୟର ହେଇ ରହିଲା। ତିନି ସଙ୍ଗା...